Site icon Odisha.com

ମାର୍ଚ୍ଚ ୧୮ରେ ଆଠଗଡ଼଼ ଉପନିର୍ବାଚନ

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ନୂଆଦିଲ୍ଲୀ,ଫେବୃୟାରୀ ୧୭(ଓଡ଼ିଶା ଡ଼ଟ୍ କମ୍) ଆସନ୍ତା ମାର୍ଚ୍ଚ ୧୮ରେ ଆଠଗଡ଼ ବିଧାନସଭା ଆସନ ପାଇଁ ଉପନିର୍ବାଚନ ନିମନ୍ତେ ଭାରତର ନିର୍ବାଚନ କମିଶନ ପକ୍ଷରୁ ଘୋଷଣା କରାଯାଇଛି ।

ଘୋଷଣା ଅନୁଯାୟୀ ଆଜି ଠାରୁ କଟକ ଜିଲ୍ଲାରେ ଆଚରଣବିଧି ଲାଗୁ କରାଯାଇଛି । ନିର୍ବାଚନ ଶେଷ ପର୍ଯ୍ୟନ୍ତ ଏହା ବଳବତ୍ତର ରହିବ ବୋଲି କୁହାଯାଇଛି ।

ଆଠଗଡ଼ ସମେତ ଆନ୍ଧ୍ରପ୍ରଦେଶର ସାତଟି ବିଧାନସଭା ଆସନ, ଗୁଜୁରାଟ, କେରଳ, ତାମିଲନାଡ଼ୁର ଗୋଟଏ ଲେଖାଏଁ ଆସନ ଏବଂ କର୍ଣ୍ଣାଟକର ଗୋଟିଏ ଲୋକସଭା ଆସନ ପାଇଁ ଉପନିର୍ବାଚନ ଅନୁଷ୍ଠିତ ହେବ ।

ଘୋଷଣା ଅନୁସାରେ ଚଳିତ ମାସ ୨୨ରେ ସଂପୃକ୍ତ ଜିଲ୍ଲାର ନିର୍ବାଚନ ଅଧିକାରୀ ବିଧିବଦ୍ଧ ଭାବେ ବିଜ୍ଞପ୍ତି ଜାରି କରିବେ ଏବଂ ସେହିିନ ଠାରୁ ପ୍ରାଥିପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହେବ ।

୨୯ ତାରିଖ ପ୍ରାର୍ଥୀପତ୍ର ଦାଖଲର ଶେଷଦିନ ରଖାଯାଇଥିବା ବେଳେ ମାର୍ଚ୍ଚ ୧ରେ ପ୍ରାର୍ଥୀପତ୍ର ଯାଂଚ ଏବଂ ୩ରେ ପ୍ରାର୍ଥୀପତ୍ର ପ୍ରତ୍ୟାହାରରେ ଶେଷଦିନ ରଖାଯାଇଛି ।

ସେହିପରି ୨୧ରେ ଭୋଟ୍ ଗଣତି କରାଯିବ ବୋଲି କୁହାଯାଇଛି । ଗତ ଡ଼ିସେମ୍ବର ୯ରେ ସୁପ୍ରିମକୋର୍ଟ ଆଠଗଡ଼ ନିର୍ବାଚନକୁ ଅସିଦ୍ଧ ଘୋଷଣା କରି ସାନି ନିର୍ବାଚନ କରିବାକୁ ନିର୍ଦ୍ଦେଶ ଦେବା ପରେ ଏହି ଆସନ ଖାଲି ପଡ଼ିଥିଲା ।

ଓଡ଼ିଶା ଡ଼ଟ୍ କମ୍

Exit mobile version