Site icon Odisha.com

ମାର୍ଚ୍ଚ ୧୯ରୁ ୩୧ ମ୍ୟାଟ୍ରିକ ପରୀକ୍ଷା ପାଇଁ କାର୍ଯ୍ୟସୂଚୀ

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

କଟକ, ଫେବୃୟାରୀ ୧୭(ଓଡ଼ିଶା ଡ଼ଟ୍ କମ୍) ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରାପରିଚାଳିତ ଚଳିତ ବର୍ଷର ମ୍ୟାଟ୍ରିକ ପରୀକ୍ଷା ଆସନ୍ତା ମାର୍ଚ୍ଚ ୧୯ରୁ ୩୧ ପର୍ଯ୍ୟନ୍ତ ହେବାକୁ ଥିବା ବେଳେ ଏନେଇ କାର୍ଯ୍ୟସୂଚୀ ସ୍ଥିର କରାଯାଇଛି ।

୧୯ରୁ ୨୭ ପର୍ଯ୍ୟନ୍ତ କେବଳ ଗୋଟିଏ ସିଟିଂ ସକାଳ ସାତଟାରୁ ଦଶଟା ଏବଂ ୨୮ରୁ ୩୧ ଯାଏଁଦୁଇଟି ସିଟିଂ ସକାଳ ୭.୩୦ରୁ ୮.୪୫ ଏବଂ ଏକ୍ସରେଗୁଲାର ୯.୪୫ରୁ ୧୧ଟା ପର୍ଯ୍ୟନ୍ତ ଅନୁଷ୍ଠିତ ହେବ ।

୧୯ରେ ରେଗୁଲାର ଓ ଏକ୍ସ ରେଗୁଲାର ଛାତ୍ରଛାତ୍ରୀଙ୍କ ପାଇଁ ମାତୃଭାଷା, ୨୧ରେ ରେଗୁଲାର ଏବଂ
୨୨ରେ ଏକ୍ସ ରେଗୁଲାର ଛାତ୍ରଛାତ୍ରୀଙ୍କ ପାଇଁ ଇଂରାଜୀ, ୨୩ରେ ରେଗୁଲାର ଏବଂ ୨୪ରେ ଏକ୍ସ
ରେଗୁଲାର ପାଇଁ ହିନ୍ଦୀ/ସଂସ୍କୃତ ପରୀକ୍ଷା ହେବ ।

ସେହିପରି ୨୬ରେ ରେଗୁଲାର ଓ ୨୭ରେ ଏକ୍ସ ରେଗୁଲାର ପରୀକ୍ଷାର୍ଥୀଙ୍କ ପାଇଁ ଗଣିତ, ୨୮ରେ ପ୍ରଥମ
ସିଟିଂରେ ରେଗୁଲାର ଓଦ୍ୱିତୀୟ ସିଟିଂରେ ଏକ୍ସ ରେଗୁଲାର ପିଲାଙ୍କ ପାଇଁ ବିଜ୍ଞାନ-୧, ୨୯ରେ
ବିଜ୍ଞାନ-୨, ୩୦ରେ ଭୂଗୋଳ ଅର୍ଥନୀତି ଓ ୩୧ରେ ଇତିହାସ ପରୀକ୍ଷା ଅନୁଷ୍ଠିତ ହେବ ।

ଚଳିତ ବର୍ଷ ଚାରି ଲକ୍ଷରୁ ଉଦ୍ଧ୍ୱର୍ ଛାତ୍ରଛାତ୍ରୀ ପରୀକ୍ଷା ଦେବାକୁ ଥିବା ବେଳେ ଜୁନ୍ ମାସ ସୁଦ୍ଧା ପରୀକ୍ଷା ଫଳ ପ୍ରକାଶ ପାଇବ ବୋଲି ପରିଷଦ ପକ୍ଷରୁ କୁହାଯାଇଛି ।

ଓଡ଼ିଶା ଡ଼ଟ୍ କମ୍

Exit mobile version