Site icon Odisha.com

୬୭ ବ୍ଲକରେ ଚତୁର୍ଥ ପର୍ଯ୍ୟାୟ ଭୋଟ୍ ଗ୍ରହଣ

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ଫେବୃୟାରୀ ୧୭(ଓଡ଼ିଶା ଡ଼ଟ୍ କମ୍) ଶୁକ୍ରବାର ରାଜ୍ୟର ୬୭ଟି ବ୍ଲକରେ ତ୍ରୀସ୍ତରୀୟ ପଂଚାୟତ ନିର୍ବାଚନର ଚତୁର୍ଥ ପର୍ଯ୍ୟାୟ ଭୋଟ୍ ଗ୍ରହଣ ଆରମ୍ଭ ହୋଇଛି ।

୨୭ଟି ଜିଲ୍ଲାର ଏହି ବ୍ଳକ ଅନ୍ତର୍ଗତ ୧୬୪ଟି ଜିଲ୍ଲାପରିଷଦ ସଭ୍ୟ, ୧୧୫୧ ସରପଂଚ, ୧୧୫୧
ସମିତି ସଭ୍ୟ ଓ ୱାର୍ଡ ମେମ୍ବର ପଦବୀ ପାଇଁ ସକାଳ ୭ଟାରୁ ଭୋଟ ଗ୍ରହଣ କରାଯାଇଛି ।

ଏହି ପର୍ଯ୍ୟାୟରେ ୧୬,୩୬୨ଟି ବୁଥ୍ରେ ୪୬ ଲକ୍ଷ ୪୭ ହଜାର ୧୯୭ ଜଣ ଭୋଟର ସେମାନଙ୍କ
ମତଦାନ ସାବ୍ୟସ୍ତ କରିବେ ।ଦିନ ୧୨ଟା ପର୍ଯ୍ୟନ୍ତ ଭୋଟ୍ ଗ୍ରହଣ ଚାଲିବ ।

ମାଓବାଦୀ ପ୍ରଭାବିତ କାଲିମେଳା, ମାଲକାନାଗିରି, ବୈପାରିଗୁଡା, ସେମିଳିଗୁଡ଼ା, ଲକ୍ଷ୍ମୀପୁର, ଫିରିଙ୍ଗିଆ, ମୋହନା ଓ ଆର.ଉୟଗିରି ପ୍ରଭୃତି ବ୍ଳକରେ ଭୋଟ ଗ୍ରହଣ ହେଉଥିବାରୁ ସଂପୃକ୍ତ ବୁଥ୍ ଗୁଡ଼ିକରେ ସ୍ୱତନ୍ତ୍ର ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି ।

ଆସନ୍ତା ୧୯ ତାରିଖରେ ପଂଚମ ତଥା ଅନ୍ତିମ ପର୍ଯ୍ୟାୟ ଭୋଟ୍ ଗ୍ରହଣ ଅନୁଷ୍ଠିତ ହେବ ।

ଓଡ଼ିଶା ଡ଼ଟ୍ କମ୍

Exit mobile version