Site icon Odisha.com

୭୪ ବର୍ଷ ବୟସରେ ବିଶିଷ୍ଟ ସଂଗୀତଜ୍ଞ ପ୍ରଫୁଲ୍ଲ କର

ଓଡିଶା ଡଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ଫେବୃୟାରୀ ୧୬ (ଓଡିଶା ଡଟ୍ କମ୍) ବିଶିଷ୍ଟ ଓଡିଆ ସଂଗୀତଜ୍ଞ ପ୍ରଫୁଲ୍ଲ କର ଗୁରୁବାର ୭୪ ବର୍ଷ ବୟସରେ ପାର୍ପଣ କରିଥିବା ବେଳେ ଜନ୍ମଦିନ ଉପଲକ୍ଷେ ସଙ୍ଗୀତ ଜଗତର ବହୁ ଜଣାଶୁଣା ବ୍ୟକ୍ତି ଓ ଶୁଭେଚ୍ଛୁ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

୧୯୩୯ ମସିହା ଆଜିରଦିନରେ ପୁରୀ ଜିଲ୍ଲାରେ ସେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବଡଭାଇ ଜଣେ
ତବଲା ବାକ ଥିବା ବେଳେ ତାଙ୍କଠାରୁ ପ୍ରେରଣା ପାଇ ସେ ସଙ୍ଗୀତ ଆଡକୁ ମନ ବଦଳାଇଥିଲେ ।

କଟକ ଆଇନ୍ ମହାବିଦ୍ୟାଳୟରୁ ପାସ୍ କରିବା ପରେ ଏକ ସୁପ୍ରତିଷ୍ଠିତ ଅନୁଷ୍ଠାନରୁ ସଙ୍ଗୀତରେ ଡିଗ୍ରୀ ହାସଲ କରି ମାତ୍ର ୨୨ ବର୍ଷ ବୟସରୁ ଓଡିଆ ସଙ୍ଗୀତ ଜଗତକୁ ଦେଇଚାଲିଲେ ଗୋଟିଏ ପରେ ଗୋଟିଏ ସୁମଧୁର ସଂଗୀତ ।

ସେ ପ୍ରାୟ ୭୦ରୁ ଅଧିକ ଓଡିଆ ସିନେମାରେ ନିର୍ଦ୍ଦେଶନା ଦେବା ସହିତ କଣ୍ଠଦାନ ମଧ୍ୟ କରିଛନ୍ତି । ବଙ୍ଗଳା ଚଳଚ୍ଚିତ୍ର ସଂଗୀତରେ ମଧ୍ୟ ସେ ନିର୍ଦ୍ଦେଶନା ଦେଇଛନ୍ତି । ଏବେ ବି ଲୋକପ୍ରିୟ ହୋଇ ରହିଥିବା “ଶେଷ ଶ୍ରାବଣ’ ଭଳି ବହୁ ଓଡିଆ ଚଳଚ୍ଚିତ୍ରରେ ସେ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ।

ସେ ଜୟଦେବ ପୁରସ୍କାର, ଓଡ଼ିଶା ସଂଗୀତ ନାଟକ ଏକାଡ଼େମୀ ପୁରସ୍କାର, ଆଠ ଥର ଶ୍ରେଷ୍ଟ ସଂଗୀତ ନିର୍ଦ୍ଦେଶକ ପୁରସ୍କାର ଭଳି ବହୁ ସମ୍ମାନରେ ସମ୍ମନୀତ ହୋଇଛନ୍ତି ।

ରାଜ୍ୟ, ଦେଶ ତଥା ଅଷ୍ଟ୍ରେଲିଆ, ବ୍ରାଜିଲ, ଆମେରିକା, ଦୁବାଇ ଆଦି ସ୍ଥାନରେ ବହୁ ସଙ୍ଗୀତ
କାର୍ଯ୍ୟକ୍ରମରେ ସେ ଯୋଗ ଦେଇଛନ୍ତି । ସଙ୍ଗୀତ ଜଗତରେ ତାଙ୍କର ପଚାଶ ବର୍ଷ ପୂରଣ ହୋଇସାରିଥିଲେ
ମଧ୍ୟ ଆଜି ବି ସେ ସକ୍ରିୟ ଅଛନ୍ତି ।

ଓଡିଶା ଡଟ୍ କମ୍

Exit mobile version