Site icon Odisha.com

ଭଦ୍ରକରେ ଆନ୍ତଃଜିଲ୍ଲା ମହିଳା ଫୁଟବଲ

ଓଡ଼ିଶା ଡ଼ଟ୍ କମ୍ : ସ୍ନିଗ୍ଧା ରାୟ

ଭଦ୍ରକ, ଫେବୃୟାରୀ ୧୬(ଓଡ଼ିଶା ଡ଼ଟ୍ କମ୍) ଓଡ଼ିଶା ଫୁଟବଲ ଆସୋସିଏସନ ଓ ଭଦ୍ରକ ଜିଲ୍ଲା ଆଥଲେଟିକ୍ ଆସୋସିଏସନ ଆନୁକୂଲ୍ୟରେ ଗୁରୁବାର ଓଡ଼ିଶା ରାଜ୍ୟ ଆନ୍ତଃଜିଲ୍ଲା ମହିଳା ଫୁଟବଲ ଟୁର୍ଣ୍ଣାମେଂଟରଦୁଇଟି ମ୍ୟାଚ ଅନୁଷ୍ଠିତ ହୋଇଯାଇଛି ।

ପ୍ରଥମ ମ୍ୟାଚରେ କେନ୍ଦ୍ରାପଡ଼ା-ବି ଭଦ୍ରକ ବିପକ୍ଷରେ ୧-୦ଗୋଲରେ ବିଜୟ ଲାଭ କରିଛି । ଖେଳର  ପ୍ରଥମାର୍ଦ୍ଧ ଗୋଲଶୂନ ଥିଲା ଏବଂଦ୍ୱିତୀୟାର୍ଦ୍ଧର ୨ମିନିଟରେ କେନ୍ଦ୍ରାପଡ଼ା-ବି ର ସସ୍ମିତା ସାହୁ ଚମତ୍କାର ଢ଼ଙ୍ଗରେ ବିଜୟସୂଚକ ଗୋଲ ସ୍କୋର କରିଥିଲେ ।

ଏହି ମ୍ୟାଚରେ ଉଭୟ ଦଳର ଖେଳାଳୀ ମାନେ ଅନେକ ଗୋଲର ସୁଯୋଗ ହାତଛଡ଼ା କରିଥିଲେ । ରେଫେରୀ ରୂପେ ପ୍ରଦୀପ ଦାସ,ସୁଶାନ୍ତ ମିଶ୍ର,ଚନ୍ଦ୍ରକାନ୍ତ ବାରିକ ଓ ମିର୍ଜା ଇଜାଜ ବେଗ୍ ମ୍ୟାଚ
ପରିଚାଳନା କରିଥିଲେ ।

ଦ୍ୱିତୀୟ ମ୍ୟାଚରେ ନିର୍ଦ୍ଧାରିତ ସମୟ ମଧ୍ୟର କୌଣସି ଦଳ ଗୋଲ କରି ପାରିନଥିଲେ । ଫଳରେ
ପେନାଲଟି କିକ୍ ମାଧ୍ୟମରେ ଟାଇ-ବ୍ରେକ ପାଇଁ ନିଷ୍ପତି ନିଆଯାଇଥିଲା । ଏହି ପ୍ରକ୍ରିୟାରେ ବାଲେଶ୍ୱର ୧୦-୯ଗୋଲ ଖୋର୍ଦ୍ଧାକୁ ପରାସ୍ତ କରିଥିଲା ।

ଏହି ମ୍ୟାଚକୁ ବାପି ଦାସ,ସୁଜିତ ପାତ୍ର,ଏସ.କୁମାର, ଓ ସୁରେନ୍ଦ୍ର ମହାନ୍ତି ପରିଚାଳନା କରିଥିଲେ । ଏହି ଅବସରରେ ଭଦ୍ରକ ଜିଲ୍ଲା ଆଥ୍ଲେଟିକ୍ ଆସୋସିଏସନର ସଂପାକ ଧୀରେନ ପଲାଇ, ଯୁଗ୍ମ ସଂପାଦକ ସୁରେନ୍ଦ୍ର ମହାନ୍ତି, କୋଷାଧ୍ୟକ୍ଷ ବ୍ୟୋମକେଶ ସେନାପତି, ଯୁବ ସଂଗଠକ ମନୋଜ ମହାନ୍ତି ଓ ମନୋଜ ଦାସ ପ୍ରମୁଖ ଉପସ୍ଥିତ ଥିଲେ ।

ଓଡ଼ିଶା ଡ଼ଟ୍ କମ୍

Exit mobile version