Site icon Odisha.com

୧୫୪ ବୁଥ୍ରେ ପୁନଃ ମତଦାନ ପାଇଁ ନିର୍ଦ୍ଦେଶ

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର,ଫେବୃୟାରୀ ୧୭(ଓଡ଼ିଶା ଡ଼ଟ୍ କମ୍) ତୃତୀୟ ପର୍ଯ୍ୟାୟ ଭୋଟ୍ ଗ୍ରହଣ ସମୟରେ ବିଭିନ୍ନ କାରଣରୁ ମତଦାନ ବାଧାପ୍ରାପ୍ତ ହୋଇଥିବା ୧୫୪ଟି ବୁଥ୍ରେ ପୁନଃ ମତଦାନ ପାଇଁ ନିର୍ବାଚନ କମିଶନ ନିର୍ଦ୍ଦେଶ ଦେଇଛନ୍ତି ।

ଏଥିମଧ୍ୟରୁ ୧୫୧ଟି ୱାର୍ଡରେ ୧୯ ତାରିଖରେ ଭୋଟ ଗ୍ରହଣ ହେବାକୁ ଥିବା ବେଳେ କେବଳ
କଳାହାଣ୍ଡି ଜିଲ୍ଲାର ଲାଞ୍ଜିଗଡ ବ୍ଳକ ଅନ୍ତର୍ଗତ ତ୍ରିଲୋଚନପୁର ପଂଚାୟତର ୨,୩ ଓ ୫ ନମ୍ବର ୱାର୍ଡରେ ୨୦ ତାରିଖରେ ଭୋଟ ଗ୍ରହଣ ହେବ ।

୧୯ ତାରିଖରେ ଗଞ୍ଜାମ ଜିଲ୍ଲାର ପାତ୍ରପୁର, ବେଗୁନିଆପଡା, ଭଞ୍ଜନଗର ଓ ଜଗନ୍ନାଥପ୍ରସାଦ ବ୍ଳକ ଅନ୍ତର୍ଗତ ୧୧ଟି ୱାର୍ଡ,ଜଗତସିଂହପୁର ଜିଲ୍ଲାର କୁଜଙ୍ଗ ବ୍ଳକର ୧୦ଟି ୱାର୍ଡ, ଯାଜପୁର ଜିଲ୍ଲାର ବିଂଝାରପୁର ବ୍ଳକ ଅନ୍ତର୍ଗତ ୬ଟି ୱାର୍ଡରେ ଭୋଟ୍ ଗ୍ରହଣ ହେବ ।

ସେହିପରି ଖୋର୍ଦ୍ଧା ଜିଲ୍ଲାର ଖୋର୍ଦ୍ଧା ବ୍ଳକ ଅନ୍ତର୍ଗତ ୧୨୧ଟି ୱାର୍ଡ, ରାୟଗଡା ଜିଲ୍ଲାର ବିଷମକଟକ ବ୍ଳକ ଅନ୍ତର୍ଗତ ୨ଟି ୱାର୍ଡ ଏବଂ ସୁବର୍ଣ୍ଣପୁର ଜିଲ୍ଲାର ବିନିକା ବ୍ଳକ ଅନ୍ତର୍ଗତ ୩ଟି ୱାର୍ଡରେ ଭୋଟ ଗ୍ରହଣ କରାଯିବ ।

ଓଡ଼ିଶା ଡ଼ଟ୍ କମ୍

Exit mobile version