Site icon Odisha.com

ସିମେଣ୍ଟ ମହାୁର୍ନୀତିର ମୁଖ୍ୟ ଅଭିଯୁକ୍ତ ଗିରଫ

ଓଡ଼ିଶା ଡ଼ଟ୍ କମ୍ : ସ୍ନିଗ୍ଧା ରାୟ

ଭଦ୍ରକ, ଫେବୃୟାରୀ ୧୬(ଓଡ଼ିଶା ଡ଼ଟ୍ କମ୍) ବହୁ ଚର୍ଚ୍ଚିତ ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଳକ ସିମେଣ୍ଟ ମହାଦୁର୍ନୀତି ମାମଲାର ଫେରାର ଅଭିଯୁକ୍ତ କମଳାକାନ୍ତ ଗିରିକୁ ଗୁରୁବାର ଭିଜିଲାନ୍ସ ଗିରଫ କରି କୋର୍ଟ ଚାଲାଣ କରିଛି ।

ଉଲ୍ଲେଖଯୋଗ୍ୟ ଯେ ଅଭିଯୁକ୍ତ କମଳାକାନ୍ତ ବାସୁଦେବପୁର ବ୍ଲକରେ କନିଷ୍ଠ କିରାଣୀ ଭାବେ କାର୍ଯ୍ୟ କରୁଥିବା ସମୟରେ ୨୦୦୬ ଡ଼ିସେମ୍ବର ମାସରୁ ବ୍ଲକ ସିମେଣ୍ଟ ଗୋଦାମ ଦାୟିତ୍ୱରେ ଥିଲେ ।

୨୦୧୦-୧୧ ଆର୍ଥିକ ବର୍ଷରେ ବ୍ଲକ୍କୁ ୩୦ହଜାର ବ୍ୟାଗ ସିମେଣ୍ଟ ଆସିଥିଲା । ନିୟମ ଅନୁସାରେ ଯାହାର ମୂଲ୍ୟ ବ୍ୟାଗ ପିଛା ୨୪୪ଟଙ୍କାରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିଦେ୍ର୍ଧଶକ ସ୍ଥିର କରିଥିଲେ ।

ତେବେ ଗିରି ୩୦ହଜାର ବ୍ୟାଗ ସିମେଂଟ୍ ରୁ୨୦ହଜାର ବ୍ୟାଗ ଗୋଦାମରେ ରଖି ଖାତାରେ ଚଢ଼ାଇବା ପରେ ଅବଶିଷ୍ଟ ୧୦ହଜାର ବ୍ୟାଗ ବାହାରେ ବିକ୍ରୟ କରିଦେଇଥିଲେ । ଯାହାର ମୂଲ୍ୟ ୨୪ଲକ୍ଷ ୪୦ହଜାର ଟଙ୍କା ଥିଲା ।

ଏସଂପର୍କରେ ଅଭିଯୋଗ ହେବା ପରେ ଭିଜିଲାନ୍ସ ବିଭାଗ ୨୦୧୧ଅଗଷ୍ଟ ୮ତାରିଖରେ ମାମଲା ରୁଜୁ କରି ତଦନ୍ତ ଚଳାଇଥିଲା ।

ପରବର୍ତୀ ସମୟରେ ତତ୍କାଳୀନ ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ସୁରେଶ ଚନ୍ଦ୍ର ଶତପଥି
୨୦୧୧ଜୁଲାଇ ୧୬ ତାରିଖରେ ତଦନ୍ତ କରି ଉକ୍ତ ଗୋଦାମରେ ୨୦୦୬ରୁ ୨୦୧୧ମଧ୍ୟରେ ୪୪୨୩ ବ୍ୟାଗ୍ ସିମେଂଟ ମଧ୍ୟ କମ୍ ଥିବା ଜାଣିବାକୁ ପାଇଥିଲେ ।

ଏସଂପର୍କରେ ମଧ୍ୟ ଭିଜିଲାନ୍ସ ବିଭାଗ ପକ୍ଷରୁ ଗିରିଙ୍କ ନାମରେ ମାମଲା ରୁଜୁ ହୋଇଥିଲା । ତେବେ ସେ ଗତ ୨୦୧୧ ଅଗଷ୍ଟ ୮ ତାରିଖରୁ ଫେରାର ହୋଇଯାଇଥିଲା ।

ବିଶେଷ ସୂତ୍ରରୁ ଖବର ପାଇଁ ଭିଜିଲାନ୍ସ ଅଧିକାରୀମାନେ ଆଜି ଭଦ୍ରକ କୋର୍ଟ ଗଳିରୁ ଗିରିକୁ ଗିରଫ କରିଥିଲେ । କୋର୍ଟରେ ଜାମିନ ନାମଞ୍ଜୁର ହେବାରୁ ତାକୁ ବାଲେଶ୍ୱର ଜେଲକୁ ପଠାଇ ଦିଆଯାଇଛି ।

ଓଡ଼ିଶା ଡ଼ଟ୍ କମ୍

Exit mobile version