Site icon Odisha.com

ପଂଚମ ଜାତୀୟ ମ୍ୟାନେଜମେଂଟ କନ୍ଭେନ୍ସନ୍

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ଫେବୃୟାରୀ ୧୮(ଓଡ଼ିଶା ଡ଼ଟ୍ କମ୍) ‘ସୂକ୍ଷ୍ମ, ଲଘୁ ଓ ମଧ୍ୟମ ଉ୍ୟାଦେଗ ଓ ଏ ଗୁଡ଼ିକର ଭବିଷ୍ୟତ’ ଶୀର୍ଷକ ବିଷୟବସ୍ତୁ ଉପରେ କିଟ୍ ମ୍ୟାନେଜମେଂଟ ସ୍କୁଲ୍ରେ ପଂଚମ ଜାତୀୟ ମ୍ୟାନେଜମେଂଟ କନ୍ଭେନ୍ସନ ଅନୁଷ୍ଠିତ ହୋଇଛି ।

ଶୁକ୍ରବାର ଏସ୍ବିଆଇର ମୁଖ୍ୟ ସାଧାରଣ ପରିଚାଳକ ପ୍ରବୀଣ ଗୁପ୍ତା, ଜବାହରଲାଲ୍ ନେହରୁ  ବିଶ୍ୱବିଦ୍ୟାଳୟର ପ୍ରାକ୍ତନ କୁଳପତି ତଥା ଲକ୍ଷେ୍ମ ଆଇଆଇଏମ୍ର ପ୍ରଫେସର ବି. ବି. ଭଟ୍ଟାଚାର୍ଯ୍ୟ, କିଟ୍ ବିଶ୍ୱବିଦ୍ୟାଳୟ କୁଳପତି ଅଶୋକ କୋଲାସ୍କାର ଏବଂ କିଟ୍ ମ୍ୟାନେଜମେଂଟ ସ୍କୁଲ ଡ଼ିନ୍ ଅଶୋକ ସରଙ୍କ ଉପସ୍ଥିତିରେ କାର୍ଯ୍ୟକ୍ରମ ଉଦଘାଟିତ ହୋଇଛି ।

ସୂକ୍ଷ୍ମ, ଲଘୁ ଓ ମଧ୍ୟମ ଉ୍ୟାଦେଗର ବିକାଶ ହୋଇପାରିଲେ ଭାରତରେ ଦେଖାଉଥିବା ଆୟର
ଅସମାନତା ସମସ୍ୟା ଦୂର ହୋଇପାରିବ ବୋଲି ଲକ୍ଷେ୍ମ ଆଇଆଇଏମ୍ର ପ୍ରଫେସର ବି. ବି. ଭଟ୍ଟାଚାର୍ଯ୍ୟ କହିଥିଲେ ।

ମୁଖ୍ୟବକ୍ତା ଭାବେ ଭାରତୀୟ ଷ୍ଟେଟ ବ୍ୟାଙ୍କର ମୁଖ୍ୟ ସାଧାରଣ ପରିଚାଳକ ପ୍ରବୀଣ ଗୁପ୍ତା ଅଣକୁଶଳୀ କାର୍ଯ୍ୟବଳ ସକାଶେ ନିଯୁକ୍ତି ସୁଯୋଗ, ସ୍ଥାନୀୟ ସଂପଦର ବ୍ୟବହାର ଓ ସୃଜନାତ୍ମକ ଚିନ୍ତାଧାରା ଭଳି ସୂକ୍ଷ୍ମ, ଲଘୁ ଓ ମଧ୍ୟମ ଉ୍ୟାଦେଗର ବିଭିନ୍ନ ଦିଗ ଉପରେ ଆଲୋଚନା କରିଥିଲେ ।

ପୁଞ୍ଜୀର ଅଭାବ, ବଜାର ସଂପର୍କରେ ଅଜ୍ଞତା, ସରକାରୀ ସ୍ୱୀକୃତିରେ ଜମି ଅଧିକାର ଭଳି ସମସ୍ୟାଗୁଡ଼ିକ ଉପରେ ସେ ଆଲୋକପାତ କରିଥିଲେ । ବର୍ତମାନ ସୁଦ୍ଧା ଲୋକମାନେ ବ୍ୟାଙ୍କ ଗୁଡ଼ିକ ଦେଉଥିବା ଆନୁଷଙ୍ଗିକ ଋଣ ସୁବିଧା ସଂପର୍କରେ ଅଜ୍ଞ ଅଛନ୍ତି ବୋଲି ସେ କହିଥିଲେ ।

ଡିନ୍ ଅଶୋକ ସର୍ କାର୍ଯ୍ୟକ୍ରମ ସଂପର୍କରେ ସୂଚନା ଦେଇଥିବା ବେଳେ ସୂକ୍ଷ୍ମ, ଲଘୁ ଓ ମଧ୍ୟମ
ଉ୍ୟାଦେଗଗୁଡ଼ିକ ଜରିଆରେ ନିଯୁକ୍ତ ସୁଯୋଗ ବୃଦ୍ଧି ପାଇପାରିବ ବୋଲି କିଟ୍ର କୁଳପତି ଅଶୋକ ଏସ୍ କୋଲାସ୍କର କହିଥିଲେ ।

ଦୁଇଦିନ ଧରି ହେବାକୁ ଥିବା ଏହି କାର୍ଯ୍ୟକ୍ରମରେ ଦେଶର ବିଭିନ୍ନ ସ୍ଥାନରୁ ତିନି ଶହରୁ ଊଦ୍ଧ୍ୱର୍
ପ୍ରତିନିଧି ଯୋଗ ଦେଇଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

Exit mobile version