Site icon Odisha.com

ଟେକ୍ନୋ ମ୍ୟାନେଜମେଂଟ ଫେଷ୍ଟ “କ୍ରିତାଂଶ’ ଉଦ୍ୟାପିତ

ଭୁବନେଶ୍ୱର,ଫେବୃୟାରୀ ୧୭(ଓଡ଼ିଶା ଡ଼ଟ୍ କମ୍) କିଟ୍ରେ ଅନୁଷ୍ଠିତ ଟେକ୍ନୋ ମ୍ୟାନେଜମେଂଟ ଫେଷ୍ଟ ‘କ୍ରିତାଂଶ’ ଉଦ୍ୟାପିତ ହୋଇଯାଇଛି ।

ଗୁରୁବାର ଉଦ୍ୟାପନୀ ଉତ୍ସବର ମୁଖ୍ୟ ଆକର୍ଷଣ ଗାୟକ ଆସ୍ କିଙ୍ଗ ଏବଂ ଇଣ୍ଡିଆନ୍ ଆଇଡଲ୍ ରିୟାଙ୍କ ପ୍ରତ୍ୟେକ ଗୀତରେ ଛାତ୍ରଛାତ୍ରୀମାନେ ଝୁମିଉଠିଥିଲେ ।

ଦିନ ତମାମ କ୍ରିତାଂଶର ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଏହାମଧ୍ୟରେ ବେଶ ଆକର୍ଷଣ ଥିଲା ରୋବୋଟିକ୍ସ ବିଭାଗର ଆକ୍ୱା ଡ୍ରାଇଭ୍ । ଛାତ୍ରଛାତ୍ରୀଙ୍କ ନିଜସ୍ୱ କୌଶଳରେ ପ୍ରସ୍ତୁତ ରୋବର୍ବ ପାଣିରେ ଚାଲିଥିଲା|

ଅନ୍ୟ ଏକ ବିଭାଗରେ ବିଭିନ୍ନ ଇଂଜିନିୟରିଂ ବର୍ଗର ଛାତ୍ରଛାତ୍ରୀ ତାସ୍କୁ ବ୍ୟବହାର କରି ଅନେକକାରୁକାର୍ଯ୍ୟପୂର୍ଣ୍ଣ ଅଟ୍ଟାଳିକା ପ୍ରସ୍ତୁତ କରିଥିଲେ । ଏଥିରେ ଶୋଭାପାଇଥିଲା ଟାଇଟାନିକ ଜାହାଜ ଏବଂ ତାଜମହଲ । ଏଠାରେ ତିନି ଶହରୁ ଊଦ୍ଧ୍ୱର୍ ମଡେଲ ସ୍ଥାନ ପାଇଥିଲା ।

ଏହା ବ୍ୟତୀତ ଇନୋଭେସନ୍ ଇନ୍ଟେନସିଫାଇଡ୍, ଗ୍ରାଉଣ୍ଡ ଜିରୋ, ରିିମ୍ସ, କଳାକ୍ରିତ୍, କ୍ଲିକ୍, ସ୍ନାପ ଆଣ୍ଡ ସ୍ପ୍ଲାସ, କୁରୁକ୍ଷେତ୍ର, ଖୋଜ୍, କର୍ମୟୁଦ୍ଧ, ୱାଲ-୧; ଡି ମାସ୍କ, ମେହେନ୍ଦି, କର୍ପୋରେଟ୍ ଜାର୍ସ, କନ୍ସଗ୍ଲିଅର୍, ଜେନେସିସି, ଚକ୍ରବ୍ୟୁହ; ଗୁରୁକୁଳରେ ବିଗ୍ ଫାଇଟ୍ ରୋବୋସ୍ପିୟର୍ ।

କୌତୁକ୍, ଖୋଜ୍, ଡିଜିଏମ୍ ପ୍ରତି ଆକର୍ଷଣୀୟ ପ୍ରତିଯୋଗିତାରେ ଛାତ୍ରଛାତ୍ରୀମାନେ ଅଂଶଗ୍ରହଣ କରି
ସେମାନଙ୍କ ପ୍ରତିଭା ପ୍ରର୍ଶନ କରିଥିଲେ । ଶ୍ରେଷ୍ଠ ପ୍ରଦର୍ଶନ କରିଥିବା ପ୍ରତିଯୋଗୀଙ୍କୁ ମୋଟ
୧୨ଲକ୍ଷ ଟଙ୍କାର ଆର୍ଥିକ ପୁରସ୍କାର ପ୍ରଦାନ କରାଯାଇଥିଲା ।

ଛାତ୍ରମାନେ ଦେଶର ଭବିଷ୍ୟତ ହୋଇଥିବାରୁ ସେମାନେ ଠିକ୍ ସମୟରେ ସିଦ୍ଧାନ୍ତ ନେଲେ ଭବିଷ୍ୟତ
ଉଜ୍ୱଳ ହେବ ବୋଲି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଭାରତରେ ଅବସ୍ଥାପିତ କାନାଡ଼ା ଡେପୁଟି ହାଇ କମିଶନର ଜିମ୍ ନିକେଲ୍ କହିଥିଲେ ।

ପାଶ୍ଚାତ୍ୟ ରାଷ୍ଟ୍ରଗୁଡ଼ିକରେ ଭାରତ ଓ ଭାରତୀୟଙ୍କୁ ନେଇ ଭିନ୍ନ ମନୋଭାବ ରହିଛି, କିସ୍ ଓ କିଟ୍ ପରିଦର୍ଶନ କରିବା ପରେ ଉକ୍ତ ମନୋଭାବରେ ପରିବର୍ତନ ହୋଇଛି ବୋଲି ଅନ୍ୟତମ ଅତିଥି ସ୍ୱେଡେନ୍ର ଭ୍ରମଣ ପତ୍ରିକା ‘ଭାଗାବଣ୍ଡ’ର ସଂପାଦକ ଜେ. ଆଣ୍ଡର୍ସନ କହିଥିଲେ ।

ସ୍ୱେଡେନ୍ର ହାଉସ ଅଫ୍ ନୋବିଲିଟି ସି. ମହାନନ୍ଦିଆ ଉକ୍ତ କାର୍ଯ୍ୟକ୍ରମରେ ଯୋଗ ଦେଇ ପ୍ରେମ ଦ୍ୱାରାସମସ୍ତ କାର୍ଯ୍ୟ ସମ୍ଭବ ହୋଇପାରେ ବୋଲି କହିଥିଲେ । ସେହିପରି ବିଶିଷ୍ଟ ଚଳଚ୍ଚିତ୍ର ନିର୍ଦ୍ଦେଶକ ଓ ନିର୍ମାତା ନୀଳମାଧବ ପଣ୍ଡା ମଧ୍ୟ ଉକ୍ତ କାର୍ଯ୍ୟକ୍ରମରେ ଯୋଗ ଦେଇ ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିଥିଲେ ।

ଉତ୍ସବରେ କିଟ୍ କିସ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ସ୍ୱାଗତ ଭାଷଣ ଦେଇଥିବା ବେଳେ ବିଶ୍ୱବିଦ୍ୟାଳୟର କୁଳପତି ଅଶୋକ ଏସ୍ କୋଲାସ୍କର, ଉପକୁଳପତି ଡି. କେ. ତ୍ରିପାଠୀ ପ୍ରମୁଖ ଉପସ୍ଥିତ ଥିଲେ ।

ଓଡ଼ିଶା ଡ଼ଟ୍ କମ୍

Exit mobile version