Site icon Odisha.com

ବଳାତ୍କାର : ପୋଲିସକୁ ଦାୟୀ କଲେ ଜାତୀୟ ମହିଳା କମିଶନ

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ଫେବୃୟାରୀ ୧୭(ଓଡ଼ିଶା ଡ଼ଟ୍ କମ୍) ପିପିଲି ଗଣବଳାତ୍କାର ଅଭିଯୋଗ ଉପରେ ଜାତୀୟ ମହିଳା କମିଶନ ତାଙ୍କର ରିପୋର୍ଟ ପ୍ରଦାନ କରିଥିବା ବେଳେ ଏଥିରେ ପୋଲିସକୁ ଦାୟୀ କରିଛନ୍ତି ।

ଏଫ୍ଆଇଆର୍ ନଥିବାରୁ ପୀଡ଼ିତାଙ୍କ ଡ଼ାକ୍ତରୀ ଚିକିତ୍ସା ଠିକ୍ ଭାବେ ହୋଇ ନାହିଁ ବୋଲି କମିଶନ ଅଧ୍ୟକ୍ଷା ମମତା ଶର୍ମା ତାଙ୍କ ରିପୋର୍ଟରେ ଦର୍ଶାଇଛନ୍ତି ।

ଡ଼ାକ୍ତରୀ ଅନୁଷ୍ଠାନ ଗୁଡ଼ିକ ମଧ୍ୟରେ ସମନ୍ୱୟର ଅଭାବ ଯୋଗୁଁ ପୀଡ଼ିତାଙ୍କୁ ବାରମ୍ବାର ସ୍ଥାନାନ୍ତର କରାଯାଇଛି, ସେ କହିଛନ୍ତି ।

ମହିଳା ମାନଙ୍କ ପ୍ରତି ହେଉଥିବା ହିଂସା ଘଟଣାରେ ତୁରନ୍ତ ଏଫ୍ଆଇଆର୍ ଗ୍ରହଣ କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି । ଆଇନଜୀବୀ ଓ ମହିଳାଙ୍କୁ ନେଇ ଗୋଷ୍ଠୀ ଗଠନ କରିବାକୁ ସେ ରିପୋର୍ଟରେ ଦର୍ଶାଇଛନ୍ତି ।

ସେହିପରି ଥାନା ଗୁଡ଼ିକରେ ଥିବା ମହିଳା ଓ ଶିଶୁ ଡ଼େସ୍କକୁ କଡ଼ାକଡ଼ି କରିବାକୁ ରିପୋର୍ଟରେ ଉଲ୍ଲେଖ କରିଛନ୍ତି । ଏହି ଘଟଣାରେ ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷା ତରବରିଆ ଭାବେ ରିପୋର୍ଟ ଦେବା ଠିକ୍ ହୋଇ ନାହିଁ ବୋଲି ସେ କହିଛନ୍ତି ।

ଗତ ୨/୩ ତାରିଖରେ କମିଶନ ସଦସ୍ୟ ସଚିବ ଅନୀତା ଅଗ୍ନିହୋତ୍ରୀ ଓଡ଼ିଆ ଆସି ଗଣବଳାକାର ଘଟଣାର ଅନୁଧ୍ୟାନ କରିଥିଲେ ଏବଂ ପରେ ସେ ତାଙ୍କର ରିପୋର୍ଟ ଜାତୀୟ ମହିଳା କମିଶନ ଅଧ୍ୟକ୍ଷାଙ୍କୁ ପ୍ରଦାନ କରିଥିଲେ ।

ଓଡ଼ିଶା ଡ଼ଟ୍ କମ୍

Exit mobile version