Site icon Odisha.com

ଭଦ୍ରକ: ବନ୍ଧୁକ ମୁନରେ ୯ଲକ୍ଷ ଟଙ୍କା ଲୁଟ୍

ଓଡ଼ିଶା ଡ଼ଟ୍ କମ୍ : ସ୍ନିଗ୍ଧା ରାୟ

ଭଦ୍ରକ, ଫେବୃୟାରୀ ୧୭(ଓଡ଼ିଶା ଡ଼ଟ୍ କମ୍) ଭଦ୍ରକ ଜିଲ୍ଲାରେ ଶୁକ୍ରବାର ଏକ ଘରୋଇ ଅର୍ଥ
ଲଗାଣକାରୀ ଓ ଜମା ସଂସ୍ଥାର କର୍ମଚାରୀଙ୍କ ଠାରୁ କେତେକ ଦୁର୍ବୃତ ୯ଲକ୍ଷ ଟଙ୍କା ବନ୍ଧୁକ ମୁନରେ ଲୁଟି ନେଇଥିବା ପୋଲିସ କହିଛି ।

‘ସ୍ପନ୍ଦନ ସ୍ପୁର୍ତୀ ଫାଇନାନ୍ସ ଲିମିଟେଡ଼’ ନାମକ ସଂସ୍ଥାର କ୍ଷେତ୍ରୀୟ ଅଧିକାରୀ କୁହାଯାଉଥିବା ଆଶୁତୋଷ ଦାସ ଓ ପ୍ରସନ୍ନ ପ୍ରଧାନ ନାମକ ଦୁଇ ବ୍ୟକ୍ତି ମୋଟର ସାଇକେଲରେ ମାର୍କେଟ କମ୍ପେ୍ଲକ୍ସରେ ଥିବା ଏକ୍ସିସ ବ୍ୟାଙ୍କରୁ ୯ଲକ୍ଷ ଟଙ୍କା ଉଠାଇଥିଲେ ।

ମୋଟର ସାଇକେଲଟି କାର୍ଯ୍ୟାଳୟର କିଛି ଦୂରରେ ଏକ ହମ୍ପସରେ ଦୁର୍ଘଟଣାଗ୍ରସ୍ତ ହେବାରୁ ସେମାନେ
ତଳେ ପଡ଼ିଯାଇଥିଲେ ଓ ଏହାର ସୁଯୋଗରେ ସେଠାରେ ପୂର୍ବରୁ ଅପେକ୍ଷା କରିଥିବା ତିନି ଜଣ ଯୁବକଙ୍କ ମଧ୍ୟରୁ ଜଣେ ବନ୍ଧୁକ ଦେଖାଇ ଟଙ୍କା ବ୍ୟାଗଟିକୁ ଛଡ଼ାଇ ନେଇଥିଲେ ବୋଲି କର୍ମଚାରୀମାନେ ଅଭିଯୋଗ କରିଛନ୍ତି ।

ଟଙ୍କା ଲୁଟ୍ ବିଷୟରେ କର୍ମଚାରୀମାନେ ପ୍ରଥମେ ପୋଲିସକୁ ଜଣାଇ ନଥିବା ବେଳେ ତାଙ୍କ
କାର୍ଯ୍ୟାଳୟରେ ଟଙ୍କା ପାଇଁ ଅପେକ୍ଷା କରିଥିବା ଜନୈକା ମହିଳା ଏସଂପର୍କରେ ପୋଲିସକୁ ଜଣାଇଥିଲେ ।

ତେବେ ଲୁଟ୍ ଟଙ୍କା ବିଷୟରେ ସୂଚନା ନେଇ ତାଳମେଳ ରହୁ ନଥିବାରୁ ଘଟଣାର ସତ୍ୟତା ନେଇ
ପୋଲିସ ତଦନ୍ତ ଜାରି ରଖିଛି ।

ଓଡ଼ିଶା ଡ଼ଟ୍ କମ୍

Exit mobile version