Site icon Odisha.com

ଦୁର୍ବୃତଙ୍କ ଗୁଳି ମାଡ଼ରେ ଯୁବକ ଗୁରୁତର

ଓଡ଼ିଶା ଡ଼ଟ୍ କମ୍ : ଅମରନାଥ ପରିଡ଼ା

ଜଗତସିଂହପୁର, ଫେବୃୟାରୀ ୧୭(ଓଡ଼ିଶା ଡ଼ଟ୍ କମ୍) ଜଗତସିଂହପୁର ଜିଲ୍ଲା ଦେଓଭୋଗ ଗ୍ରାମରେ କେତେକ ଦୁର୍ବୃତଙ୍କ ଗୁଳିମାଡ଼ରେ ଜଣେ ଯୁବକ ଗୁରୁତର ଆହତ ହୋଇଥିବା ପୋଲିସ ଶୁକ୍ରବାର କହିଛି ।

ଗୁରୁବାର ବିଳମ୍ବିତ ରାତିରେ ତିନି/ଚାରି ଜଣ ବ୍ୟକ୍ତି ନାରାୟଣ ନାୟକଙ୍କ ଘରକୁ ଯାଇ କବାଟ
ବାଡ଼େଇଥିଲେ । ନାୟକ କବାଟ ଖୋଲିବା ପରେ ସଂପୃକ୍ତ ବ୍ୟକ୍ତିଙ୍କ ସହ ନାରାୟଣଙ୍କ ବଚସା ହୋଇଥିଲା
ଓ ସେମାନେ ତାଙ୍କୁ ଆକ୍ରମଣ କରିଥିଲେ ।

ସେ ସେଠାରୁ ପଳାଇବାକୁ ଚେଷ୍ଟା କରିଥିବା ବେଳେ ଦୁର୍ବୃତମାନେ ତାଙ୍କ ଉପରକୁ ଗୁଳି ଚଳାଇଥିଲେ । ଏହି ଘଟଣା ଜାଣିବା ପରେ ପରିବାର ଲୋକମାନେ ସେଠାରେ ପହଞ୍ଚି ନାରାୟଣ ପଡ଼ିଥିବା ଦେଖିବାକୁ ପାଇଥିଲେ ।

ପ୍ରଥମେ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳାୟରେ ଭର୍ତି କରାଯାଇଥିଲା ଏବଂ ଅବସ୍ଥା ଗୁରୁତର ହେବାରୁ କଟକ ସ୍ଥାନାନ୍ତର କରାଯାଇଛି । ତେବେ ଏହି ଘଟଣାରେ କେହି ମାମଲା ରୁଜୁ କରିନାହାନ୍ତି ଏବଂ ଅଭିଯୁକ୍ତଙ୍କୁ ଧରିବା ପାଇଁ ପୋଲିସ ଚଢାଉ ଜାରି ରଖିଛି ବୋଲି ଜଗତସିଂହପୁର ଆଇଆଇସି ଶତୀଶ ରାୟ କହିଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

Exit mobile version