ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା
ଭୁବନେଶ୍ୱର,ଫେବୃୟାରୀ ୧୭(ଓଡ଼ିଶା ଡ଼ଟ୍ କମ୍) ଶୁକ୍ରବାର ଅନୁଷ୍ଠିତ ପଞ୍ଚାୟତ ନିର୍ବାଚନର ଚତୁର୍ଥ ପର୍ଯ୍ୟାୟରେ ୭୦.୬୬ ପ୍ରତିଶତ ମତଦାନ ହୋଇଛି ।
ଜଗତସିଂହପୁର ଏବଂ ଗଜପତି ଜିଲ୍ଲାରେ ସର୍ବାଧିକ ୭୮ ପ୍ରତିଶତ ଓ କେନ୍ଦୁଝର ଜିଲ୍ଲାରେ ସର୍ବନିମ୍ନ ୬୧ ପ୍ରତିଶତ ମତଦାନ ହୋଇଥିବା ରାଜ୍ୟ ନିର୍ବାଚନ କମିଶନ ପକ୍ଷରୁ କୁହାଯାଇଛି ।
୨୭ଟି ଜିଲ୍ଲାର ୬୭ ବ୍ଳକ ଅନ୍ତର୍ଗତ ୧୬୪ଟି ଜିଲ୍ଲାପରିଷଦ ସଭ୍ୟ, ୧୧୫୧ ସରପଞ୍ଚ, ୧୧୫୧ ସମିତି ସଭ୍ୟ ଓ ୱାର୍ଡ ମେମ୍ବର ପଦବୀ ପାଇଁ ସକାଳ ୭ଟାରୁ ଭୋଟ ଗ୍ରହଣ ହୋଇଥିଲା ।
ମୋଟ୍ ୧୬,୩୬୨ଟି ବୁଥ୍ ରେ ୪୬ ଲକ୍ଷ ୪୭ ହଜାର ୧୯୭ ଜଣ ଭୋଟର ସେମାନଙ୍କ ମତଦାନ
ସାବ୍ୟସ୍ତ କରିଛନ୍ତି ।
କେତେକ ସ୍ଥାନରେ ହିଂସାକାଣ୍ଡ, ଭୋଟ୍ ବାକ୍ସ ଲୁଟ୍, ଭୋଟ୍ ବାକ୍ସ ପୋଡ଼ି ଭଳି ଘଟଣା ଘଟିଛି । ରବିବାର ପଞ୍ଚମ ତଥା ଅନ୍ତିମ ପର୍ଯ୍ୟାୟ ଭୋଟ୍ ଗ୍ରହଣ ହେବ ।
ଓଡ଼ିଶା ଡ଼ଟ୍ କମ୍