Site icon Odisha.com

ଆର୍ଏସ୍ପି ଉତ୍ପାଦନ କ୍ଷମତା ବୃଦ୍ଧି ପାଇବ: ସେଲ୍ ଅଧ୍ୟକ୍ଷ

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର,ଫେବୃୟାରୀ ୧୮(ଓଡ଼ିଶା ଡ଼ଟ୍ କମ୍) ରାଉରକେଲା ଇସ୍ପାତ କାରଖାନାର ସଂପ୍ରସାରଣ କାମ ଚାଲୁ ରହିଛି ଏବଂ ଏହାର ଉତ୍ପାରନ କ୍ଷମତାଦୁଇଗୁଣ ବୃଦ୍ଧି ପାଇବ ବୋଲି ଶନିବାର ଭୁବନେଶ୍ୱରରେ ସେଲ୍ ଅଧ୍ୟକ୍ଷ ଚନ୍ଦ୍ରଶେଖର ବର୍ମା କହିଛନ୍ତି ।

ଆସନ୍ତା ଜୁଲାଇ ମାସରୁ ଏହାର ବ୍ଳାଷ୍ଟ ଫର୍ଣ୍ଣେସ କାମ ଆରମ୍ଭ ହେବ ଏବଂ ସଂପ୍ରସାରଣ କାମ ଶେଷ
ହେଲେ ଉତ୍ପାନ କ୍ଷମତା ଦ୍ୱିଗୁଣିତ ହେବ ବୋଲି ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ
ଆଲୋଚନାର କରିବା ପରେ ଗଣମାଧ୍ୟମକୁ କହିଛନ୍ତି ।

ସାଂପ୍ରତିକ ଇସ୍ପାତର ଚାହିଦା ଓ ରାଉରକେଲା ଇସ୍ପାତ କାରଖାନାର ଭବିଷ୍ୟତକୁ ଦେଖି ଏହାର
ସଂପ୍ରସାରଣ କାମ ହାତକୁ ନିଆଯାଇଛି । ଫଳରେ କାରଖାନାର ଉତ୍ପାଦନ କ୍ଷମତା ଆହୁରି ୨ ଲକ୍ଷ ୫୦ ହଜାର ଟନ୍ ବୃଦ୍ଧି ପାଇବ, ସେ କହିଛନ୍ତି ।

ସଂପ୍ରସାରଣ କାମ ଆଗାମୀ ୫ ମାସ ମଧ୍ୟରେ ଶେଷ ହେବ ଏବଂ ଏହାଦ୍ୱାରାକାରଖାନାରେ ଆହୁରି ୧୮
ହଜାର ଲୋକ ନିଯୁକ୍ତି ପାଇବେ । ପୋସ୍କୋ ସହିତ ଯୌଥ ଉ୍ୟାଦୋଗ ସ୍ଥାପନ ପାଇଁ କଥାବାର୍ତା ଚାଲିଛି ଓ ଏହା ଖୁବ୍ ଶୀଘ୍ର ଫଳପ୍ରଦ ହେବ ବୋଲି ଆଶା କରାଯାଉଛି, ସେ କହିଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

Exit mobile version