Site icon Odisha.com

ଗଣବଳାତ୍କାର: ସିବିଆଇ ତଦନ୍ତ ଦାବିରେ ଧାରଣା

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ଫେବୃୟାରୀ ୧୮(ଓଡ଼ିଶା ଡ଼ଟ୍ କମ୍) ପିପିଲି ଗଣବଳାତ୍କାର ଏବଂ ଚନ୍ଦନପୁର ନାବାଳିକା ହତ୍ୟା ଘଟଣାର ସିବିଆଇ ତଦନ୍ତ ଦାବିରେ ଶନିବାର ଓଡ଼ିଶା ଗଣ ସମାଜ ପକ୍ଷରୁ ରାଜଭବନ ସମ୍ମୁଖରେ ଧାରଣା ଦିଆଯାଇଛି ।

ଏହି ଧାରଣାରେ ବିଭିନ୍ନ ଅଣ ବିଜେଡ଼ି ରାଜନୈତିକ ଦଳର ନେତା, ମହିଳା ସଂଗଠନ, ସିଭିଲ
ସୋସାଇଟି, ଯୁବକ ତଥା ଛାତ୍ର ସଂଗଠନର କର୍ମକର୍ତାମାନେ ଯୋଗ ଦେଇଥିଲେ ।

ଉଭୟ ଘଟଣାର ସିବିଆଇ ତଦନ୍ତ ସହ ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷାଙ୍କୁ ବହିସ୍କାର ଏବଂ କେନ୍ଦ୍ରାଂଚଳ
ଡ଼ିଆଇଜିଙ୍କ ବିରୁଦ୍ଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେମାନେ ଦାବି କରିଛନ୍ତି ।

ଗଣ ସମାଜର ପ୍ରଶାନ୍ତ ପଟ୍ଟନାୟକ, ରବି ଦାସ, କଂଗ୍ରେସର ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ର, ବିଜେପିର
ଅଶୋକ ସାହୁ, ସିପିଆଇର ଦିବାକର ନାୟକ, ସିପିଆଇଏମ୍ର ସୁରେଶ ପାଣିଗ୍ରାହୀ ଓ ଅନ୍ୟମାନେ ରାଜଭବନରେ ରାଜ୍ୟପାଳଙ୍କୁ ଦାବି ପତ୍ର ପ୍ରଦାନ କରିଥିଲେ ।

ଓଡ଼ିଶା ଡ଼ଟ୍ କମ୍

Exit mobile version