Site icon Odisha.com

୪୮ ବ୍ଲକରେ ଅନ୍ତିମ ପର୍ଯ୍ୟାୟ ଭୋଟ୍ ଗ୍ରହଣ

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର,ଫେବୃୟାରୀ ୧୯(ଓଡ଼ିଶା ଡ଼ଟ୍ କମ୍) ୪୮ଟି ବ୍ଲକରେ ରବିବାର ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ପଞ୍ଚମ ତଥା ଅନ୍ତିମ ପର୍ଯ୍ୟାୟ ମତଦାନ ଆରମ୍ଭ ହୋଇଛି ।

୨୪ଟି ଜିଲ୍ଲାର ୪୮ ବ୍ଲକ ଅନ୍ତର୍ଗତ ୧୧୧ଟି ଜିଲ୍ଲାପରିଷଦ ଜୋନ ଓ ୮୦୬ ପଞ୍ଚାୟତରେ ସକାଳ ୭ଟାରୁ ଭୋଟ ଗ୍ରହଣ କରାଯାଇଛି । ୧୧ ହଜାର ୧୭୭ ବୁଥ୍ ରେ ମୋଟ୍ ୩୧ ଲକ୍ଷ ୮ଶହ ୩୦ ଜଣ ଭୋଟର ସେମାନଙ୍କର ମତଦାନ ସାବ୍ୟସ୍ତ କରିବେ ।

ଗତ ୧୭ ତାରିଖ ସୁଦ୍ଧା ବୌଦ୍ଧ, ବେଗଡ଼, ଝାରସୁଗୁଡ଼ା, ବାଲେଶ୍ୱର, କନ୍ଧମାଳ ଓ ନବରଙ୍ଗପୁର ଜିଲ୍ଲାରେ ମତଦାନ ଶେଷ ହୋଇଥିବା ବେଳେ ଅବଶିଷ୍ଟ ୨୪ ଜିଲ୍ଲାରେ ଅନ୍ତିମ ପର୍ଯ୍ୟାୟ ମତଦାନ ଚାଲିଛି ।

ଅନୁଗୁଳ, ବରଗଡ. ଭଦ୍ରକର, ବଲାଙ୍ଗୀର, କଟକ,ଢ଼େଙ୍କନା. ଗଜପତି, ଗଞ୍ଜାମ, ଜଗତସିଂହପୁର, ଯାଜପୁର, କନ୍ଧମାଳ, କେନ୍ଦ୍ରାପଡ଼, କେନ୍ଦୁଝର, ଖୋର୍ଦ୍ଧା,କୋରାପୁଟ. ମାଲକାନଗିର,ମୟୂରଭଞ୍ଜ, ନୟାଗଡ଼, ନୂଆପଡ଼ା, ପୁରୀ, ରାୟଗଡ଼ା, ସମ୍ବଲପୁର, ସୁବର୍ଣ୍ଣପୁର, ସୁନ୍ଦରଗଡ଼ ଆଦି ଜିଲ୍ଲାରେ ଭୋଟ୍ ଗ୍ରହଣ କରାଯାଉଛି ।

ଏହି ପର୍ଯ୍ୟାୟରେ ମଧ୍ୟ କେତେକ ମାଓ ପ୍ରବଣ ଜିଲ୍ଲାରେ ଭୋଟ୍ ଗ୍ରହଣ କରାଯାଉଥିବାରୁ ସଂପୃକ୍ତ ବୁଥ୍ ଗୁଡ଼ିକରେ ସ୍ୱତନ୍ତ୍ର ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି ।

ଓଡ଼ିଶା ଡ଼ଟ୍ କମ୍

Exit mobile version