Site icon Odisha.com

ଭଦ୍ରକ: କ୍ଷତାକ୍ତ ଅବସ୍ଥାରେ ସଦ୍ୟଜାତ ଶିଶୁକନ୍ୟା ଉଦ୍ଧାର

ଓଡ଼ିଶା ଡ଼ଟ୍ କମ୍ : ସ୍ନିଗ୍ଧା ରାୟ

ଭଦ୍ରକ, ଫେବୃୟାରୀ ୧୮(ଓଡ଼ିଶା ଡ଼ଟ୍ କମ୍) ଭଦ୍ରକ ସହରର ନୂଆ ବସଷ୍ଟାଣ୍ଡ ନିକଟରେ ଶନିବାର ଏକ ସଦ୍ୟଜାତ ଶିଶୁକନ୍ୟାକୁ କୁକୁର ମୁହଁରୁ କ୍ଷତାକ୍ତ ଅବସ୍ଥାରେ ଉଦ୍ଧାର କରି ଚିକିତ୍ସାଳୟରେ ଭର୍ତି କରାଯାଇଛି ।

କୌଣସି ଘରୋଇ ନର୍ସିଂହୋମରେ ଜନ୍ମଗ୍ରହଣ କରିଥିବା ଶିଶୁକନ୍ୟାକୁ କେହି ଉକ୍ତ ସ୍ଥାନରେ ଜୀବନ୍ତ ଅବସ୍ଥାରେ ଫିଙ୍ଗି ଦେଇଥିବା ପୋଲିସ କହିଛି ।

ଶିଶୁଟିର ଚିକିତ୍ସାର ଶୁଣି ପାଖରେ ତମ୍ବୁ ମାରି ରହୁଥିବା ପଶ୍ଚିମବଙ୍ଗ ୨୪ପ୍ରଗଣା ଜିଲା କରିମପୁର କୃଷ୍ଣନଗରର ପୁରୁଷ ଓ ମହିଳା ମାନେ ତାକୁ ଉଦ୍ଧାର କରିଥିଲେ ।

କୁକୁର ମୁହଁରୁ ଶିଶୁକୁ ଉଦ୍ଧାର କରିବା ବେଳେ ତା’ର ଡ଼ାହାଣ ହାତ ହରାଇବା ସହ ଗୋଡ଼ର କିଛି ଅଂଶ କ୍ଷତାକ୍ତ ହୋଇସାରିଥିଲା । ଶିଶୁଟିକୁ ଉକ୍ତ ମହିଳାମାନେ କ୍ଷୀର ଦେଇ ସୁସ୍ଥ କରିବା ମଧ୍ୟରେ ଖବର ଯାଇ ଟାଉନ ଥାନା ପୋଲିସ ସେଠାରେ ପହଂଚି ତାକୁ ଡ଼ାକ୍ତରଖାନା ଆଣିଥିଲେ ।

ଅତିରିକ୍ତ ଜିଲା ଚିକିତ୍ସାଧିକାରୀ ଓ ଅନ୍ୟ ଡ଼ାକ୍ତରଙ୍କ ଦୀର୍ଘ ୨ଘଂଟାର ଅସ୍ତ୍ରୋପଚାର ପରେ ଶିଶୁଟିକୁ ଜୀବନଦାନ ଦିଆଯାଇ ପାରିଥିଲା । ଖବର ପାଇ ଅନାଥ ଶିଶୁ ମାନଙ୍କୁ ରଖୁଥିବା ‘ବାତ୍ସଲ୍ୟ’ର କର୍ମକର୍ତା ଡ଼ାକ୍ତରଖାନାରେ ପହଂଚି ଶିଶୁଟିର ଲାଳନପାଳନ ଦାୟିତ୍ୱ ନେଇଥିଲେ ।

ଓଡ଼ିଶା ଡ଼ଟ୍ କମ୍

Exit mobile version