Site icon Odisha.com

ମତଦାନ ପାଇଁ ପୋସ୍କୋ ଅଞ୍ଚଳରେ ବ୍ୟାପକ ସୁରକ୍ଷା

ଓଡ଼ିଶା ଡ଼ଟ୍ କମ୍ : ଅମରନାଥ ପରିଡ଼ା

ଜଗତସିଂହପୁର, ଫେବୃୟାରୀ ୧୮(ଓଡ଼ିଶା ଡ଼ଟ୍ କମ୍) ପଞ୍ଚାୟତ ନିର୍ବାଚନର ଅନ୍ତିମ ପର୍ଯ୍ୟାୟ ଭୋଟ୍ ଗ୍ରହଣ ପାଇଁ ପୋସ୍କୋ ଅଞ୍ଚଳରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି ।

ସମ୍ବେଦନଶୀଳ ଭାବେ ଚିହ୍ନଟ ଏର୍ସମା ବ୍ଲକ, ନୂଆଗାଁ, ଗଡ଼କୁଜଙ୍ଗ ଏବଂ କୁଜଙ୍ଗ ଅଞ୍ଚଳରେ ଶନିବାର ଠାରୁ ଅତିରିକ୍ତ ପୋଲିସ ଫୋର୍ସ ମୁତୟନ କରାଯାଇଛି ।

ରବିବାର ହେବାକୁ ଥିବା ଅନ୍ତିମ ପର୍ଯ୍ୟାୟରେ ଏର୍ସମା ବ୍ଲକର ୪୬୧ଟି ବୁଥ୍ ରେ ଭୋଟ୍ ଗ୍ରହଣ କରାଯିବା ସହ କୁଜଙ୍ଗ ବ୍ଲକ ଅନ୍ତର୍ଗତ ବଗଡ଼ିଆ ପଞ୍ଚାୟତର ଦଶଟି ବୁଥ୍ ରେ ପୁନଃ ମତଦାନ ହେବ ।

ଉତ୍ତେଜନା ପ୍ରବଣ ଢିଙ୍କିଆ ପଞ୍ଚାୟତର ୨୩ଟି ବୁଥ୍ ରୁ ୧୬ଟିର ମତଦାନ ତ୍ରିଲୋଚନପୁର ଏବଂ ନୂଆଗାଁରେ କରିବାକୁ ପ୍ରଶାସନ ନିଷ୍ପତି ନେଇଛି ।

ତେବେ ବାସନ୍ଦ ହୋଇ ପୋସ୍କୋ ଅସ୍ଥାୟୀ କଲୋନୀରେ ଗତ ପାଂଚ ବର୍ଷ ଧରି ରହିଆସୁଥିବା ଢିଙ୍କିଆର ୫୨ ପରିବାରର ଭୋଟରମାନେ ତ୍ରିଲୋଚନପୁର ଯାଇ ମତଦାନ କରିବାକୁ କୁହାଯାଇଛି ।

ଭୋଟରମାନେ ନିଜ ଗାଁରେ ଥିବା ଭୋଟ୍ କେନ୍ଦ୍ରରେ ମତଦାନ କରିବାର ନିୟମ ଥିବା ବେଳେ ପ୍ରଶାସନ ଏମାନଙ୍କୁ ପାଞ୍ଚ କିମି ଦୂରରେ ତ୍ରିଲୋଚନପୁର ଯାଇ ମତଦାନ କରିବାକୁ କରିଛନ୍ତି, ଏହା ପଞ୍ଚାୟତ ନିୟମ ଉଲଂଘନ କରିଛି ବୋଲି ଗାଁମୁଖିଆ ଚନ୍ଦନ ମହାନ୍ତି କହିଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

Exit mobile version