Site icon Odisha.com

ଔଷଧ ମଦ ମୃତ୍ୟୁ: ମୃତକଙ୍କ ସଂଖ୍ୟା ୩୬କୁ ବୃଦ୍ଧି

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

କଟକ, ଫେବୃୟାରୀ ୧୮(ଓଡ଼ିଶା ଡ଼ଟ୍ କମ୍) ଔଷଧ ଓ ମଦ ମୃତ୍ୟୁ ଘଟଣାରେ ଅସୁସ୍ଥ ହୋଇ ଚିକିତ୍ସିତ ହେଉଥିବା ଆଉ ଜଣେ ବ୍ୟକ୍ତିଙ୍କ ମୃତୁ୍ୟ ହୋଇଥିବା ବେଳେ ମୃତକଙ୍କ ସଂଖ୍ୟା ୩୬କୁ ବୃଦ୍ଧି ପାଇଛି ।

ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡ଼ିକାଲର ମେଡ଼ିସିନ ବିଭାଗ ଆଇସିୟୁରେ ଚିକିତ୍ସିତ ହୋଉଥିବା କଟକ ସଦର ଥାନା ଅନ୍ତର୍ଗତ ଗୋପାଳଗଡ଼ ଗ୍ରାମର କୌଳାସ ଭୋଇଙ୍କ ଶୁକ୍ରବାର ବିଳମ୍ବିତ ରାତିରେ ମୃତ୍ୟୁ ହୋଇଥିବା ଶନିବାର ଡ଼ାକ୍ତରଖାନା ପକ୍ଷରୁ କୁହାଯାଇଛି ।

ଗତ ଏକ ସପ୍ତାହ ଧରି ସେ ଡ଼ାକ୍ତରଖାନାରେ ଚିକିତ୍ସିତ ହେଉଥିଲେ ଏବଂ ଆରମ୍ଭରୁ ତାଙ୍କର ସ୍ୱାସ୍ଥ୍ୟବସ୍ଥା ଗୁରୁତର ଥିଲା । ଅନ୍ୟ ଅସୁସ୍ଥ ଲୋକମାନେ ସୁସ୍ଥ ହୋଇ ଘରକୁ ଫେରିଯାଇଥିବା ଡ଼ାକ୍ତରଖାନାର ଜଣେ ଅଧିକାରୀ କହିଛନ୍ତି

କଟକ ଏବଂ ଖୋର୍ଦ୍ଧା ଜିଲ୍ଲାର ଗରିବ ଶ୍ରେଣୀର ଲୋକମାନେ କାଶ, ଥଣ୍ଡା ଏବଂ ଖଣ୍ଡିଆ ସ୍ଥାନରେ
ଲଗାଇବା ପାଇଁ ବ୍ୟବହାର କରାଯାଉଥିବା “ଇପିକାର୍ମ” ଓ “ସିନେମନ୍” ନାମକ ଔଷଧ କିଣି ଖାଇବା
ପରେ ଗତ ୭ ତାରିଖରେ ଅସୁସ୍ଥ ହୋଇପଡ଼ିଥିଲେ ।

ପରେ ବିଭିନ୍ନ ଡ଼ାକ୍ତରଖାନାରେ ଚିକିତ୍ସିତ ଅବସ୍ଥାରେ ୩୫ ଜଣଙ୍କ ମୃତ୍ୟୁ ହୋଇଥିଲା ।

ଏହି ଔଷଧରେ ଜୀବନ ହାନୀକାରକ ମିଥାଇଲ ଆଲକହଲ ଥିବା ଜିଞ୍ଜର, ଅରେଞ୍ଜ ଟିନ୍ଚର ଏବଂ ଅନ୍ୟ ଔଷଧ ଶେବନ ଯୋଗୁଁ ଲୋକେ ମୃତ୍ୟୁ ମୁଖରେ ପଡ଼ିଛନ୍ତି ଏବଂ ଏହି ଔଷଧ ଗୁଡ଼ିକରେ ୪୨ରୁ ୬୨ ପ୍ରତିଶତ ଆଲକହଲ ରହିଥିବା ଫରେନ୍ସିକ୍ ରିପୋର୍ଟରୁ ଜଣାପଡ଼ିଥିଲା ।

ଓଡ଼ିଶା ଡ଼ଟ୍ କମ୍

Exit mobile version