Site icon Odisha.com

ଅମିତାଭଙ୍କ ଆରୋଗ୍ୟ କାମନା କରି ବାଲୁକା କଳା

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ପୁରୀ, ଫେବୃୟାରୀ ୧୯(ଓଡ଼ିଶା ଡ଼ଟ୍ କମ୍) ଅସୁସ୍ଥ ହୋଇ ଡ଼ାକ୍ତରଖାନାରେ ଚିକିତ୍ସିତ ହେଉଥିବା ହିନ୍ଦୀ ଚଳଚ୍ଚିତ୍ର ଜଗତର ବିଶିଷ୍ଟ ଅଭିନେତା ଅମିତାଭ ବଚ୍ଚନଙ୍କ ଶୀଘ୍ର ଆରୋଗ୍ୟ କାମନା କରି ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ସୋମବାର ପୁରୀରେ ବାଲୁକା କଳାକୃତି କରିଛନ୍ତି ।

ସୁଦର୍ଶନ ବେଳାଭୂମିରେ ଚଳଚ୍ଚିତ୍ର ରିଲ୍ ସହ ଏକ ଚାରି ଫୁଟ୍ ଉଚ୍ଚର ଅମିତାଭଙ୍କ କଳାକୃତି କରିଥିବା
ବେଳେ ଏଥିରେ “”ଗେଟ୍ ୱେଲ ସୁନ୍” ବାର୍ତା ଲେଖିଛନ୍ତି । ଏହି ଅବସରରେ ବହୁତ ଲୋକ ଅମିତାଭଙ୍କ
ଶୀଘ୍ର ଆରୋଗ୍ୟ କାମନା କରିଛନ୍ତି ।

“”ପୁରୀ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପବିତ୍ର ସ୍ଥାନ, ତେଣୁ ବଚ୍ଚନଙ୍କ ଆରୋଗ୍ୟ ପାଇଁ ଏହି କଳାକୃତି ତିଆରି କରି ମହାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରିଛି” ସୁଦର୍ଶନ କହିଛନ୍ତି ।

ଏହା ତିଆରି କରିବାକୁ ତାଙ୍କୁ ଛଅ ଘଂଟା ସମୟ ଲାଗିଥିବା ବେଳେ ଏଥିରେ ଦଶ ଟନ୍ ବାଲି ବ୍ୟବହାର ହୋଇଛି । ତାଙ୍କ ଅନୁଷ୍ଠାନର ଛାତ୍ରଛାତ୍ରୀମାନେ ଏହି କାର୍ଯ୍ୟରେ ସହଯୋଗ କରିଥିବା ସୁଦର୍ଶନ କହିଛନ୍ତି ।

ସୁଦର୍ଶନ ବର୍ତମାନ ପର୍ଯ୍ୟନ୍ତ ୪୮ଟି ଆନ୍ତର୍ଜାତୀୟ ବାଲୁକା କଳା ଚମ୍ପିୟାନସିପ୍ରେ ଅଂଶ ଗ୍ରହଣ କରି ବହୁ ପୁରସ୍କାର ହାସଲ କରିଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

Exit mobile version