Site icon Odisha.com

ଆନ୍ତଃଜିଲା ମହିଳା ଫୁଟବଲ: ଫାଇନାଲରେ ଭୁବନେଶ୍ୱର

ଓଡ଼ିଶା ଡ଼ଟ୍ କମ୍ : ସ୍ନିଗ୍ଧା ରାୟ

ଭଦ୍ରକ, ଫେବୃୟାରୀ ୨୦(ଓଡ଼ିଶା ଡ଼ଟ୍ କମ୍) ଭଦ୍ରକର ଠାରେ ଫୁଟବଲ ଆସୋସିଏସନ ଅଫ ଓଡ଼ିଶା ଓ ଜିଲ୍ଲା ଆଥଲେଟିକ ଆସୋସିଏସନ ପକ୍ଷରୁ ଆୟୋଜିତ ଆନ୍ତଃ ଜିଲ୍ଲା ମହିଳା ଫୁଟବଲର ସେମି ଫାଇନାଲ ମ୍ୟାଚରେ ସୋମବାର ଭୁବନେଶ୍ୱର ଦଳ ବିଜୟୀ ହୋଇ ଫାଇନାଲରେ ପ୍ରବେଶ କରିଛି ।

ଭୁବନେଶ୍ୱର ଦଳ ପେନାଲଟି ସୁଟ ଆଉଟ ମାଧ୍ୟମରେ କେନ୍ଦ୍ରାପଡ଼ା ଏକୁ ପରାସ୍ତ କରି ଫାଇନାଲରେ ପ୍ରବେଶ କରିପାରିଛି । ବୁଧବାର ଅନୁଷ୍ଠିତ ହେବାକୁ ଥିବା ଫାଇନାଲ ମ୍ୟାଚରେ ସମ୍ବଲପୁର ଜୋନ୍ ର ବିଜେତା ସୁନ୍ଦରଗଡ଼କୁ ଭେଟିବ ।

ଆଜିର ମ୍ୟାଚ୍ ରେ କେନ୍ଦ୍ରାପଡ଼ାର-ଏର ଜଂଜାଳୀ ସାହୁ ପ୍ରଥମାର୍ଦ୍ଧରେ ଗୋଟିଏ ଗୋଲ ଦେଇ ଦଳକୁ ଅଗ୍ରଣୀ କରାଇଥିଲେ । ମାତ୍ର ଖେଳରଦ୍ୱିତୀୟାର୍ଦ୍ଧ ଆରମ୍ଭରେ ଭୁବନେଶ୍ୱର ଦଳ ମ୍ୟାଚ୍କୁ ନିଜ ପକ୍ଷରେ କରିବାକୁ ସକ୍ଷମ ହୋଇଥିଲା ।

ମ୍ୟାଚ୍ କୁ ସୁରେନ୍ଦ୍ର ମହାନ୍ତି ପରିଚାଳନା କରିଥିବା ବେଳେ ପ୍ରଦୀପ ଦାସ, ସୁଶାନ୍ତ ମିଶ୍ର ଓ ମିର୍ଜା ଇଜାଜ ବେଗ୍ ଅତିଥି ରୂପେ ଯୋଗ ଦେଇଥିଲେ ।

ଓଡ଼ିଶା ଡ଼ଟ୍ କମ୍

Exit mobile version