Site icon Odisha.com

ଇଫ୍କୋ: ଅନୁଧ୍ୟାନ ପାଇଁ ଘଟଣାସ୍ଥଳରେ ବୈଷୟିକ କମିଟି

ଓଡ଼ିଶା ଡ଼ଟ୍ କମ୍ : ଅମରନାଥ ପରିଡ଼ା

ପାରାଦ୍ଵୀପ, ଫେବୃୟାରୀ ୨୧(ଓଡ଼ିଶା ଡ଼ଟ୍ କମ୍) ପାରାଦ୍ଵୀପ ସ୍ଥିତ ଇଫ୍କୋ ସାର କାରଖାନାର ସାଇଲୋ ଛାତ ଭୁଷୁଡ଼ିବା ଘଟଣାର ଅନୁଧ୍ୟାନ ପାଇଁ ମଙ୍ଗଳବାର ଏକ ବୈଷୟିକ କମିଟି ସଂପୃକ୍ତ ଅଞ୍ଚଳ ପରିଦର୍ଶନ କରିଛନ୍ତି ।

ନୂଆଦିଲ୍ଲୀରୁ ଆସିଥିବା ଇଫ୍କୋର ବୈଷୟିକ ନିର୍ଦ୍ଦେଶକ କେ.ଏଲ୍.ସିଂ ଦୁର୍ଘଟଣାର କାରଣ ଜାଣିବା ପାଇଁ କାରଖାନାର କାର୍ଯ୍ୟନିର୍ବହୀ ନିର୍ଦ୍ଦେଶକ, ଉପାଧ୍ୟକ୍ଷ ଏବଂ ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରି ଘଟଣାସ୍ଥଳ ବୁଲି ଦେଖିଛନ୍ତି ।

ଏହା ସହ କାରଖାନାର ସୁରକ୍ଷା ଦୃଷ୍ଟିରୁ ଏକ ତଦନ୍ତ କରିବାକୁ ଓଡ଼ିଶା ସରକାରଙ୍କ ଫ୍ୟାକ୍ଟ୍ରି ଆଣ୍ଡ ବ୍ରଏଲର ନିର୍ଦ୍ଦେଶକ ହିମାଂଶୁ ଶେଖର ମହାନ୍ତିଙ୍କ ସହ ମଧ୍ୟ ଆଲୋଚନା କରିଛନ୍ତି ।

ଗତକାଲିର ଏହି ଦୁର୍ଘଟଣା ପରେ କାରଖାନା କର୍ତୃପକ୍ଷ ଉତ୍ପାଦନ ବନ୍ଦ କରିଦେଇଛନ୍ତି । ଭାଙ୍ଗିଯାଇଥିବା ଛାତର ସମସ୍ତ ସାମଗ୍ରୀ ଉଦ୍ଧାର ପାଇଁ ପ୍ରାୟ ଦୁଇ ଶହ ଜଣ କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି ।

ଏହି ଘଟଣା ପରେ କର୍ମଚାରୀଙ୍କ ସଂଖ୍ୟା ଜାଣିବା ତଥା କୌଣସି ବ୍ୟକ୍ତିଙ୍କ ନିଖୋଜ ଆଶଂକା କରି କାରଖାନା କର୍ତୃପକ୍ଷ ପୋଲିସ ସହାୟତରେ ସମସ୍ତଙ୍କର ପରିଚୟ ପତ୍ର ଯାଞ୍ଚ କରୁଛନ୍ତି ।

ଉଲ୍ଲେଖଯୋଗ୍ୟ ଯେ ସୋମବାର କାରଖାନାରେ ସାଇଲୋ ଛାତ ଭୁଷୁଡ଼ି ୧୧ ଜଣ ଶ୍ରମିକ ଆହତ
ହୋଇଥିଲେ ।

ଓଡ଼ିଶା ଡ଼ଟ୍ କମ୍

Exit mobile version