ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା
ଭୁବନେଶ୍ୱର, ଫେବୃୟାରୀ ୨୧(ଓଡ଼ିଶା ଡ଼ଟ୍ କମ୍) ମଙ୍ଗଳବାର ଠାରୁ ଆରମ୍ଭ ହେଉଥିବା ଓଡ଼ିଶା ବିଧାନସଭାର ବଜେଟ୍ ଅଧିବେଶନ ପାଇଁ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି ।
ଏଥିପାଇଁ ୩୦ ପ୍ଲାଟୁନ୍ ପୋଲିସ ଫୋର୍ସ, ୨ ୟୁନିଟ୍ ଏସ୍ଓଜି, ୨ ପ୍ଲାଟୁନ୍ ଏପିଆର୍ଙ୍କୁ ନିୟୋଜିତ କରାଯାଇଛି ।
ଏହାବ୍ୟତୀତ ଶହେ ଜଣ ଏଏସ୍ଆଇ ଓ ସବ୍ଇନ୍ସପେକ୍ଟର, ୨୦ ଜଣ ଇନ୍ସପେକ୍ଟର, ଦଶ ଜଣ ଏସିପି,
ଚାରି ଜଣ ଅତିରିକ୍ତ ଡ଼ିସିପି ସୁରକ୍ଷା ବ୍ୟବସ୍ଥାର ତଦାରଖ କରିବେ ବୋଲି ଜଣେ ବରିଷ୍ଠ ପୋଲିସ
ଅଧିକାରୀ କହିଛନ୍ତି ।
ସେହିପରି ସ।ଦା ପୋଷାକଧାରୀ ପୋଲିସ, ସନ୍ଧାନୀ କୁକୁର, ବୋମା ନିଷ୍କ୍ରିୟକାରୀ ଦଳ ଏବଂ କୁଇକ୍ ରେସପନ୍ସ ଟିମ୍ଙ୍କୁ ମୁତୟନ କରାଯାଇଛି । ରାଜଧାନୀର ସମସ୍ତ ପ୍ରବେଶ ପଥକୁ ସିଲ୍ କରିିଦିଆଯିବା ସହ ବିଧାନସଭାର ଚତୁଃପାଶ୍ୱର୍ରେ ଟାୱାରରେ ସାର୍ପ ସୁଟରଙ୍କୁ ନିୟୋଜିତ କରାଯାଇଥିବା ସେ କହିଛନ୍ତି ।
ଅଧିବେଶନ ସମୟରେ ବିଭିନ୍ନ ସଂଗଠନ ପକ୍ଷରୁ ଆନ୍ଦୋଳନ କରିବା ନେଇ ସୂଚନା ମିଳିଥିବାରୁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଥିବା ସେ କହିଛନ୍ତି ।
ଓଡ଼ିଶା ଡ଼ଟ୍ କମ୍