Site icon Odisha.com

ରାଜ୍ୟପାଳଙ୍କ ଅଭିଭାଷଣ ସହ ବଜେଟ୍ ଅଧିବେଶନ ଆରମ୍ଭ

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ଫେବୃୟାରୀ ୨୧(ଓଡ଼ିଶା ଡ଼ଟ୍ କମ୍) ରାଜ୍ୟପାଳଙ୍କ ଅଭିଭାଷଣ ଓ ବିରୋଧୀ ସଦସ୍ୟଙ୍କ କକ୍ଷତ୍ୟାଗ ମଧ୍ୟରେ ମଙ୍ଗଳବାର ବିଧାନସଭାର ବଜେଟ୍ ଅଧିବେଶନ ଆରମ୍ଭ ହୋଇଛି ।

ମଧ୍ୟାହ୍ନ ୧୧ଟାବେଳେ ଆରମ୍ଭ ହୋଇଥିବା ଅଧିବେଶନରେ ପ୍ରଥମେ ରାଜ୍ୟପାଳ ମୂରଲୀଧର ଚନ୍ଦ୍ରକାନ୍ତ ଭଣ୍ଡାରେ ଶୋକ ପ୍ରସ୍ତାବ ଆଗତ କରିବା ପରେ ଅଭିଭାଷଣ ପ୍ରଦାନ କରିଥିଲେ ।

ଚଳିତ ପଞ୍ଚାୟତ ନିର୍ବାଚନରେ ଶାସକ ଦଳ ଅସତ୍ ଉପାୟ ଅବଲମ୍ବନ କରିଥିବା ଅଭିଯୋଗ କରି ବିରୋଧୀ ଦଳ ନେତା ନିଜ ଆସନରେ ଛିଡ଼ା ହୋଇ ସମାନ୍ତରାଳ ଭାଷଣ ଦେଇଥିଲେ ।

ପରେ ବିରୋଧୀ ସଦସ୍ୟମାନେ କକ୍ଷତ୍ୟାଗ କରିଥିଲେ ।

୨୧ରୁ ୨୯ ପ୍ରଥମ ପର୍ଯ୍ୟାୟ ଓ ମାର୍ଚ୍ଚ ୧୪ରୁ ଅପ୍ରେଲ ୭ ତାରିଖ ଦ୍ୱିତୀୟ ପର୍ଯ୍ୟାୟ ଅଧିବେଶନ ଚାଲିବ ଓ ଅଧିବେଶନରେ ୨୯ଟି କାର୍ଯ୍ୟ ଦିବସ ରହିଥିବା ବେଳେ ୨୪ ତାରିଖରେ ଅର୍ଥମନ୍ତ୍ରୀ ପ୍ରଫୁଲ୍ଲ ଚନ୍ଦ୍ର ଘଡାଇ ୨୦୧୨-୧୩ ବର୍ଷ ପାଇଁ ବଜେଟ ଆଗତ କରିବେ ।

ସେହିପରି ମାର୍ଚ୍ଚ ୧ରୁ ୧୩ ତାରିଖ ଯାଏଁ ଗୃହ ମୁଲତବୀ ରହିବ ଏବଂ ଏହି ସମୟରେ ବିଭିନ୍ନ ବିଭାଗର ଖର୍ଚ୍ଚ ଦାବି ଉପରେ ଷ୍ଟାଣ୍ଡିଂ କମିଟି ଗୁଡ଼ିକ ସମୀକ୍ଷା କରିବେ । ମାର୍ଚ୍ଚ ୧୪ରେ ଗୃହର ଦ୍ୱିତୀୟ ପର୍ଯ୍ୟାୟ ଅଧିବେଶନ ଆରମ୍ଭ ହେବ ।

ଓଡିଶା ଡଟ୍ କମ୍

Exit mobile version