ଓଡ଼ିଶା ଡ଼ଟ୍ କମ୍ : ଅମରନାଥ ପରିଡ଼ା
ପାରାଦୀପ, ଫେବୃୟାରୀ ୨୨(ଓଡ଼ିଶା ଡ଼ଟ୍ କମ୍) ପାରାଦୀପ ସ୍ଥିତ ଇଫ୍କୋ କାରଖାନାର ସାଇଲୋ ଛାତ ଭୁଷୁଡ଼ିବାର ପ୍ରକୃତ କାରଣ ଜାଣିବା ପାଇଁ କାରଖାନା କର୍ତୃପକ୍ଷ ରୁର୍କି ଆଇଆଇଟି ଇଂଜିନିୟର ଏବଂ ବିଶେଷଜ୍ଞଙ୍କ ସହାୟତା ଲୋଡ଼ିଛନ୍ତି ।
ଏହାସହ କାରଖାନାର କନ୍ଭେୟର ବେଲ୍ଟ ସିଷ୍ଟମର ନବୀକରଣ ପାଇଁ ସେମାନଙ୍କର ମତାମତ ଲୋଡ଼ିଛନ୍ତି । ଦୁଇଦିନ ବନ୍ଦ ରହିବା ପରେ ବୁଧବାର କାରଖାନାରେ ଉତ୍ପାଦନ କାମ ଆରମ୍ଭ ହୋଇଛି ।
ଏହାମଧ୍ୟରେ ଦିଲ୍ଲୀରୁ ଆସିଥିବା ବୈଷୟିକ କମିଟି ଇଫ୍କୋର ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରି ଜାହାଜରୁ କାରଖାନାକୁ କଂଚାମାଲ ପରିବହନ ପାଇଁ କନ୍ଭେୟର ବେଲ୍ଟର ନବୀକରଣ ବିଷୟରେ ପଚାରି ବୁଝିଛନ୍ତି ।
ଅନ୍ୟ ଉପାୟରେ କାରଖାନାକୁ କଂଚାମାଲ ପରିବହନ କରି ଉତ୍ପାଦନ କାମ ଆରମ୍ଭ କରାଯାଇଛି । ତେଣୁ ଏହାର ପାଂଚଟି ୟୁନିଟ୍ କାର୍ଯ୍ୟକ୍ଷମ ହୋଇଛି ବୋଲି ଇଫ୍କୋ ଉପାଧ୍ୟକ୍ଷ ବି.ଭି.ସୁରି କହିଛନ୍ତି ।
ଉଲ୍ଲେଖଯୋଗ୍ୟ ଯେ ସୋମବାର କାରଖାନାରେ ସାଇଲୋ ଛାତ ଭୁଷୁଡ଼ି ୧୧ ଜଣ ଶ୍ରମିକ ଆହତ ହୋଇଥିଲେ ।
ଓଡ଼ିଶା ଡ଼ଟ୍ କମ୍