• Skip to primary navigation
  • Skip to main content
  • Skip to primary sidebar
  • ଯୋଗାଯୋଗ
  • ଆମ ସମ୍ପର୍କରେ
    • ଓଡିଆ ଶିକ୍ଷା
  • କପି ରାଇଟ
  • କ୍ୟାରିୟର
  • ବିଜ୍ଞାପନ ନିୟମ
  • ଲେଖକଙ୍କ ପାଇଁ
  • ଓଡିଶା ଡଟ୍ କମ ଘୋଷଣାନାମା
  • ଓଡିଆ ୱେବସାଇଟ
  • ଆମ ବିଜ୍ଞାପନଦାତା

Odisha.com

Connecting Odias

  • ପ୍ରବାସୀ ଓଡିଆ
    • ମନୋରଞ୍ଜନ
    • ଶିକ୍ଷା
    • ଖେଳ
    • ସାହିତ୍ୟ
  • ସାକ୍ଷାତକାର
  • ଅର୍ଥ-ବ୍ୟବସାୟ
  • ରାଜନୀତି
  • ଆମ ସମ୍ପର୍କରେ
    • ବିଜ୍ଞାପନ ନିୟମ
      • ଆମ ବିଜ୍ଞାପନଦାତା
      • ଲେଖକଙ୍କ ପାଇଁ
      • ଚିଠିପତ୍ର
      • ଯୋଗାଯୋଗ
  • ଆମ ରୋସେଇ ଘରୁ

ପୋର୍ଟ ଟ୍ରଷ୍ଟ ମାଲବାହୀ ଟ୍ରେନ୍ ଇଂଜିନରେ ଅଗ୍ନିକାଣ୍ଡ

February 23, 2012 by admin

ଓଡ଼ିଶା ଡ଼ଟ୍ କମ୍ : ଅମରନାଥ ପରିଡ଼ା

ପାରାୀପ, ଫେବୃୟାରୀ ୨୩(ଓଡ଼ିଶା ଡ଼ଟ୍ କମ୍) ପାରାଦୀପ ପୋର୍ଟ ଟ୍ରଷ୍ଟର ମାଲବାହୀ ଟ୍ରେନ୍ ଇଂଜିନରେ ଗୁରୁବାର ଅଗ୍ନିକାଣ୍ଡ ହୋଇଥିବା ବେଳେ ଏଥିରେ କେହି ଆହତ ହୋଇନାହାନ୍ତି ।

ପୁରୁଣା ରେଳ ଷ୍ଟେସନ୍ ରଙ୍ଗିଆଗଡ଼ ଠାରେ ଅପରାହ୍ନ ଚାରିଟା ବେଳେ ଇଂଜିନରେ ନିଅାଁ ଲାଗିଯାଇଥିଲା ।

ଉକ୍ତ ଷ୍ଟେସନରୁ ବନ୍ଦରକୁ ମାଲ ନେବା ଆଣିବା ପାଇଁ ବନ୍ଦର କର୍ତୃପକ୍ଷ ସାତଟି ଇଂଜିନ କାର୍ଯ୍ୟରେ ଲଗାଇଥିଲେ । ଫଳରେ ପୋର୍ଟ ଟ୍ରଷ୍ଟର ଚାରି ନମ୍ବର ଇଂଜିନ ସେଠାରେ ଅପେକ୍ଷା କରିଥିଲା ।

ଏକ ମୋଟରରୁ ପୋଡ଼ା ଗନ୍ଧ ଆସୁଥିବା ଜାଣିବା ପରେ ଡ଼୍ରାଇଭର ବନ୍ଦର ଅଧିକାରୀଙ୍କୁ ଜଣାଇଥିଲେ । କେନ୍ଦ୍ରୀୟ ଶିଳ୍ପ ସୁରକ୍ଷା ବାହିନୀର ଅଗ୍ନିଶମ ଅଧିକାରୀ ସେଠାରେ ପହଂଚି ନିଅାଁ ଲିଭାଇଥିଲେ ।

ଅଗ୍ନିକାଣ୍ଡର ପ୍ରକୃତ କାରଣ ଜାଣିବା ପାଇଁ ପୋର୍ଟ ଟ୍ରଷ୍ଟର ଅନ୍ୟ ଏକ ଇଂଜିନ ଘଟଣାସ୍ଥଳକୁ ଯାଇଥିବା ବେଳେ ସର୍ଟସର୍କିଟ ଯୋଗୁଁ ଏହା ହୋଇଥିବା ପୋଲିସ ସନ୍ଦେହ କରୁଛି ।

“”ତେବେ ଏଥିରେ କେହି ମୃତାହତ ହୋଇ ନାହାନ୍ତି ଏବଂ ଏହାର କାରଣ ଜାଣିବା ପାଇଁ ଉଦ୍ୟମ ଜାରି ରହିଛି । ଏହାଦ୍ୱାରାପାଂଚ ଲକ୍ଷ ଟଙ୍କାର କ୍ଷତି ହୋଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି” ପୋର୍ଟ ଟ୍ରଷ୍ଟର ମୁଖ୍ୟ ମେକାନିକାଲ ଇଂଜିନିୟର ସୁଶୀଲ କୁମାର ପଟ୍ଟନାୟକ କହିଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

admin
admin

Filed Under: ମୁଖ୍ୟ ଖବର Tagged With: ପାରାଦୀପ, ମାଲବାହୀ ଟ୍ରେନ୍

Primary Sidebar

ଆଖ ପାଖ ଖବର ପାଇଁ ଡାଉନଲୋଡ କରନ୍ତୁ

Odisha Local Logo

Tags

ଅପରାଧ ଆଦିବାସୀ ଓଡିଶା ଓଡ଼ିଶା ଖବର କଂଗ୍ରେସ କଟକ କନ୍ଧମାଳ କେନ୍ଦ୍ର ସରକାର କୋରାପୁଟ ଗଣମାଧ୍ୟମ ଛାତ୍ରଛାତ୍ରୀ ଜଗତସିଂହପୁର ଜିଲ୍ଲାପାଳ ନବ କଳେବର ନାଲକୋ ନିର୍ବାଚନ ପର୍ଯ୍ୟଟକ ପଶ୍ଚିମ ଓଡ଼ିଶା ପିପିଲି ପୁରୀ ପୋଲିସ ପୋସ୍କୋ ଫୁଲବାଣୀ ବରଗଡ଼ ବିଜେପି ବିଜେଡ଼ି ବିଧାନସଭା ବିଧାୟକ ଭଦ୍ରକ ଭୁବନେଶ୍ୱର ମାଓବାଦୀ ମାଲକାନଗିରି ମୁଖ୍ୟ ଖବର ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଉରକେଲା ରାଜନୀତି ରାଜ୍ୟ ସରକାର ଶିକ୍ଷା ସମ୍ବଲପୁର ସରକାର ସାକ୍ଷାତକାର ସାମ୍ବାଦିକ ସମ୍ମିଳନୀ ସ୍ୱାସ୍ଥ୍ୟ ହାଇକୋର୍ଟ

Go to mobile version