Site icon Odisha.com

ଉନ୍ନୟନ ଭିତ୍ତିଭୂମି ପଛରେ: ଅର୍ଥନୈତିକ ସର୍ଭେ

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ଫେବୃୟାରୀ ୨୪(ଓଡ଼ିଶା ଡ଼ଟ୍ କମ୍) ଅର୍ଥନୈତିକ ଅଭିବୃଦ୍ଧି ତଥା ବିକାଶ ନିମନ୍ତେ ଉତ୍ତମ ଭିତ୍ତିଭୂମିର ଆବଶ୍ୟକତା ରହିଥିବା ବେଳେ ଏକ୍ଷେତ୍ରରେ ଓଡ଼ିଶା ପଛରେ ପଡ଼ିଛି ବୋଲି ୨୦୧୦-୧୧ ଅର୍ଥନୈତିକ ସର୍ଭେ ରିପୋର୍ଟରେ କୁହାଯାଇଛି ।

ଜିଲ୍ଲାସ୍ତରୀୟ ଅଭିବୃଦ୍ଧି ସଂପର୍କରେ କରାଯାଇଥିବା ଆକଳନ ଅନୁଯାୟୀ ସୁନ୍ଦରଗଡ଼ରେ ଜିଡିପି ହାର ସର୍ବାଧିକ ୧୦.୯ ଥିବାବେଳେ ମାଲକାନଗିରି ଜିଲ୍ଲାରେ ଏହି ହାର ସର୍ବନିମ୍ନ ୫.୨ ପ୍ରତିଶତ ହୋଇଛି, ଯୋଜନା ଓ ସମନ୍ୱୟ ବିଭାଗ ପକ୍ଷରୁ ପ୍ରସ୍ତୁତ ଏହି ରିପୋର୍ଟରେ ଦର୍ଶାଯାଇଛି ।

ଓଡ଼ିଶାର ସବୁ ଅଂଳରେ ସମାନ ଭାବରେ ପ୍ରଗତି ହୋଇ ନାହିଁ । ଆଂଚଳିକ ଭିତ୍ତିରେ ଉନ୍ନୟନ ହେଉଥିବା ବେଳେ ଆଭ୍ୟନ୍ତରୀଣ ତଥା ଆଦିବାସୀ ଅଧ୍ୟୁଷିତ ଜିଲ୍ଲାରେ ପ୍ରଗତି ହାସଲ ହୋଇନାହିଁ ।

ଏହାକୁ ଦୃଷ୍ଟିରେ ରଖି ତଥା ସେହି ଅଂଳର ସମସ୍ୟାର ସମାଧାନ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ବହୁବିଧ ଉନ୍ନୟନ ମୂଳକ ଯୋଜନା ହାତକୁ ନିଆଯାଇଛି ।

ସଂଶୋଧିତ ଦୀର୍ଘମିଆୀ କାର୍ଯ୍ୟଯୋଜନା,ବିଜୁ କେବିକେ ଯୋଜନା, ବିଜୁ କନ୍ଧମାଳ ଓ ଗଜପତି ଯୋଜନା, ଗୋପବନ୍ଧୁ ଗ୍ରାମୀଣ ଯୋଜାନ, ପଛୁଆ ଅଂଚଳ ବିକାଶ ଯୋଜନା, ପଶ୍ଚିମ ଓଡ଼ିଶା ଉନ୍ନୟନ ପରିଷଦ ଯୋଜନା ଅନ୍ତର୍ଭୁକ୍ତ ।

ଏହା ବ୍ୟତୀତ କେନ୍ଦ୍ର ସରକାରଙ୍କ ସହାୟତାରେ ୧୫ଟି ଆଦିବାସୀ ଅଧ୍ୟୁଷିତ ଓ ପଛୁଆ ଜିଲ୍ଲାରେ ସମନ୍ୱିତ କାର୍ଯ୍ୟ ଯୋଜନା ୨୦୧୦-୧୧ ବର୍ଷଠାରୁ କାର୍ଯ୍ୟକାରୀ ହେଉଛି । ଏହାଦ୍ୱାରାସେହି ଅଂଚଳରେ ଉନ୍ନୟନ ପ୍ରକ୍ରିୟାତ୍ୱରାନ୍ୱିତ ହେବ ବୋଲି ଅ।।ଶା କରାଯାଉଛି ।

ଦଶମ ଯୋଜନାରେ ଗରିବୀ ହାର ୭ ପ୍ରତିଶତ ହ୍ରାସ ପାଇବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିବାବେଳେ୨୦୦୪-୦୫ରୁ ୨୦୦୯-୧୦ ମଧ୍ୟରେ ଏହା ୧୦ ପ୍ରତିଶତ ହ୍ରାସ ପାଇ ୨୯.୬୯ ପ୍ରତିଶତରେ ପହଂଚିଛି ।

ଓଡ଼ିଶା ଡ଼ଟ୍ କମ୍

Exit mobile version