Site icon Odisha.com

ପାରାଦ୍ଵୀପ: ତୈଳବିଶୋଧନାଗାରରେ ବୋମା ମାଡ

ଓଡ଼ିଶା ଡ଼ଟ୍ କମ୍ : ଅମରନାଥ ପରିଡ଼ା

ପାରାୀପ, ଫେବୃୟାରୀ ୨୩(ଓଡ଼ିଶା ଡ଼ଟ୍ କମ୍) ପାରାଦ୍ଵୀପ ସ୍ଥିତ ତୈଳ ବିଶୋଧନାଗାରରେ ଗୁରୁବାର ଦୁର୍ବୃତମାନେ ବୋମାମାଡ଼ କରିଥିବା ସେଠାରେ ଉତ୍ତେଜନା ପ୍ରକାଶ ପାଇଛି ।

ଭାରତୀୟ ତୈଳ ନିଗମର ବିଶୋଧନାଗାରରେ କାମ କରିବା ପାଇଁ ଫର୍ଣ୍ଣେସ ନିର୍ମାଣ କମ୍ପାନୀକୁ କର୍ତୃପକ୍ଷ ନିୟୋଜିତ କରିଛନ୍ତି । ତେବେ ସେଠାରେ କାମ କରିବା ପାଇଁ କେତେକ ଯୁବକ କମ୍ପାନୀ ନିକଟରେ ଦାବି କରିଥିଲେ ।

ସେମାନଙ୍କୁ କାମ ନମିଳିଲେ ଅସୁବିଧା ହେବ ବୋଲି ଯୁବକମାନେ ଧମକ ଦେଇଥିଲେ । ଉକ୍ତ କମ୍ପାନୀରେ
ଯୁବକ ମାନଙ୍କୁ ନିଯୁକ୍ତି ତଥା କାମ ଦେବା ପାଇଁ ପୂର୍ବରୁ ଏହି କମ୍ପାନୀ ବିଜୁ ଶ୍ରମିକ ସଂଗଠନ ସହ ଚୁକ୍ତି କରିଥିଲା ।

କିନ୍ତୁ ଶ୍ରମିକ ସଂଗଠନର ଲୋକଙ୍କୁ ଏହି କମ୍ପାନୀ କାମ ନଦେବାରୁ ସଂଗଠନ ମଧ୍ୟରେ ଅସନ୍ତୋଷ ଦେଖାଦେଇଥିଲା ।

ଫଳରେ ଏହି ସଂଗଠନର ଲୋକମାନେ ବିଶୋଧନାଗାର କାର୍ଯ୍ୟାଳୟରେ ଦୁଇଟି ବୋମା ମାଡ଼ କରିଥିଲେ । ଏଥିରେ ସୁରକ୍ଷା କର୍ମଚାରୀଙ୍କ କାର୍ଯ୍ୟାଳୟ ଏବଂ ବିଶୋଧନାଗାର କାର୍ଯ୍ୟାଳୟର କାଚ ଭାଙ୍ଗିଯାଇଛି ।

ଏହି ଘଟଣା ପରେ ସୁରକ୍ଷାକର୍ମୀ ଏବଂ କର୍ମଚାରୀମାନେ ସେଠାରୁ ଭୟରେ ପଳାଇଯାଇଥିଲେ ।

“ଦୁର୍ବୃତଙ୍କ ବୋମା ମାଡ଼ରେ କାର୍ଯ୍ୟାଳୟର କାଚ ଭାଙ୍ଗିଯାଇଛି । ବିଶୋଧନାଗାରରେ କାର୍ଯ୍ୟ କରିବା ପାଇଁ ବିଜୁ ଶ୍ରମିକ ସଂଗଠନର ଚାରି ପାଞ୍ଚ ଜଣ ଲୋକଙ୍କୁ ନିଯୁକ୍ତି ଦିଆଯାଇଛି” ନିର୍ମାଣ କମ୍ପାନୀର ମହାପ୍ରବନ୍ଧକ ଆର୍.କେ.ସିଂହ କହିଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

Exit mobile version