Site icon Odisha.com

ପୋର୍ଟ ଟ୍ରଷ୍ଟ ମାଲବାହୀ ଟ୍ରେନ୍ ଇଂଜିନରେ ଅଗ୍ନିକାଣ୍ଡ

ଓଡ଼ିଶା ଡ଼ଟ୍ କମ୍ : ଅମରନାଥ ପରିଡ଼ା

ପାରାୀପ, ଫେବୃୟାରୀ ୨୩(ଓଡ଼ିଶା ଡ଼ଟ୍ କମ୍) ପାରାଦୀପ ପୋର୍ଟ ଟ୍ରଷ୍ଟର ମାଲବାହୀ ଟ୍ରେନ୍ ଇଂଜିନରେ ଗୁରୁବାର ଅଗ୍ନିକାଣ୍ଡ ହୋଇଥିବା ବେଳେ ଏଥିରେ କେହି ଆହତ ହୋଇନାହାନ୍ତି ।

ପୁରୁଣା ରେଳ ଷ୍ଟେସନ୍ ରଙ୍ଗିଆଗଡ଼ ଠାରେ ଅପରାହ୍ନ ଚାରିଟା ବେଳେ ଇଂଜିନରେ ନିଅାଁ ଲାଗିଯାଇଥିଲା ।

ଉକ୍ତ ଷ୍ଟେସନରୁ ବନ୍ଦରକୁ ମାଲ ନେବା ଆଣିବା ପାଇଁ ବନ୍ଦର କର୍ତୃପକ୍ଷ ସାତଟି ଇଂଜିନ କାର୍ଯ୍ୟରେ ଲଗାଇଥିଲେ । ଫଳରେ ପୋର୍ଟ ଟ୍ରଷ୍ଟର ଚାରି ନମ୍ବର ଇଂଜିନ ସେଠାରେ ଅପେକ୍ଷା କରିଥିଲା ।

ଏକ ମୋଟରରୁ ପୋଡ଼ା ଗନ୍ଧ ଆସୁଥିବା ଜାଣିବା ପରେ ଡ଼୍ରାଇଭର ବନ୍ଦର ଅଧିକାରୀଙ୍କୁ ଜଣାଇଥିଲେ । କେନ୍ଦ୍ରୀୟ ଶିଳ୍ପ ସୁରକ୍ଷା ବାହିନୀର ଅଗ୍ନିଶମ ଅଧିକାରୀ ସେଠାରେ ପହଂଚି ନିଅାଁ ଲିଭାଇଥିଲେ ।

ଅଗ୍ନିକାଣ୍ଡର ପ୍ରକୃତ କାରଣ ଜାଣିବା ପାଇଁ ପୋର୍ଟ ଟ୍ରଷ୍ଟର ଅନ୍ୟ ଏକ ଇଂଜିନ ଘଟଣାସ୍ଥଳକୁ ଯାଇଥିବା ବେଳେ ସର୍ଟସର୍କିଟ ଯୋଗୁଁ ଏହା ହୋଇଥିବା ପୋଲିସ ସନ୍ଦେହ କରୁଛି ।

“”ତେବେ ଏଥିରେ କେହି ମୃତାହତ ହୋଇ ନାହାନ୍ତି ଏବଂ ଏହାର କାରଣ ଜାଣିବା ପାଇଁ ଉଦ୍ୟମ ଜାରି ରହିଛି । ଏହାଦ୍ୱାରାପାଂଚ ଲକ୍ଷ ଟଙ୍କାର କ୍ଷତି ହୋଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି” ପୋର୍ଟ ଟ୍ରଷ୍ଟର ମୁଖ୍ୟ ମେକାନିକାଲ ଇଂଜିନିୟର ସୁଶୀଲ କୁମାର ପଟ୍ଟନାୟକ କହିଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

Exit mobile version