Site icon Odisha.com

୨୬ରେ ଶିକ୍ଷା ସହାୟକ ସଂଘର ସମାବେଶ

ଓଡ଼ିଶା ଡ଼ଟ୍ କମ୍ : ସ୍ନିଗ୍ଧା ରାୟ

ଭଦ୍ରକ, ଫେବୃୟାରୀ ୨୩(ଓଡ଼ିଶା ଡ଼ଟ୍ କମ୍) ଆସନ୍ତା ୨୬ ତାରିଖ ସମ୍ବଲପୁର ରେଳ ଷ୍ଟେସନ ନିକଟବର୍ତୀ କ୍ଷେତ୍ରରାଜପୁର ସ୍କୁଲ ପଡ଼ିଆରେ ଶିକ୍ଷା ସହାୟକ ସଂଘର ଏକ ବିଶାଳ ସମାବେଶ ଅନୁଷ୍ଠିତ ହେବ ବୋଲି କୁହାଯାଇଛି ।

ଏହି ସମାବେଶରେ ପଶ୍ଚିମ ଓଡ଼ିଶାର ବଲାଙ୍ଗୀର, ସୁନ୍ଦରଗଡ଼, ବରଗଡ଼, ବୌଦ୍ଧ, ନୂଆପଡ଼ା, ସୁବର୍ଣ୍ଣପୁର ଆଦି ଜିଲ୍ଲାର ସମସ୍ତ ଶିକ୍ଷା ସହାୟକ ଉପସ୍ଥିତ ରହି ବଜେଟ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟରେ ବିଧାନସଭା ଘେରାଉ କରିବାକୁ ନିଷ୍ପତି ନିଆଯାଇଥିବା ସାଂଗଠନିକ ସଂପାଦକ ଦୀପକ ସୂତାର ଭଦ୍ରକ ଠାରେ ଏକ ପ୍ରେସ ଇସ୍ତାହାରରେ କହିଛନ୍ତି ।

ଶିକ୍ଷା ସହାୟକମାନେ ଲେସନ ପ୍ଲାନ ଓ ଲେସନ ଡ଼ାଇରୀ ଏବଂ ଅଧାରୁ ପାଠ ଛାଡ଼ୁଥିବା ପିଲାଙ୍କୁ ବିଦ୍ୟାଳୟକୁ ଆଣିବା ଆଦି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ଶିକ୍ଷା ସହାୟକ ମାନେ ଅକୁଣ୍ଠିତ ଭାବେ କରୁଥିବା ବେଳେ ସରକାର ସେମାନଙ୍କ ପ୍ରତି ବୈମାତୃକ ମନୋଭାବ ପୋଷଣ କରୁଛନ୍ତି, ସେ କହିଛନ୍ତି ।

ଶିକ୍ଷାଧିକାର ଆଇନ-୨୦୦୯ ଅନୁସାରେ ଶିକ୍ଷାଦାନ ସହ ଅନ୍ୟାନ୍ୟ ସହପାଠ୍ୟ କାର୍ଯ୍ୟ କରିବା ପାଇଁ ନିଦେ୍ର୍ଧଶ ଥିବା ସତ୍ୱେ ଏସମସ୍ତ କାର୍ଯ୍ୟ ବ୍ୟତୀତ ସେମାନଙ୍କୁ ଅନ୍ୟାନ୍ୟ କାର୍ଯ୍ୟରେ ନିୟୋଜିତ କରାଯିବା ଶିକ୍ଷା ସହାୟକ ମାନଙ୍କ ନୈତିକ ମନୋବଳ ଉପରେ ପ୍ରଭାବ ପକାଉଛି, ସେ କହିଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

Exit mobile version