Site icon Odisha.com

୨୫ରୁ କିଟ୍ ପ୍ରିମିୟର ଲିଗ୍-୨୦୧୨

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର,ଫେବୃୟାରୀ ୨୪(ଓଡ଼ିଶା ଡ଼ଟ୍ କମ୍) ଆସନ୍ତା ୨୫ ତାରିଖରୁ କିଟ୍ ବିଶ୍ୱବ୍ୟିାଳୟରେ ଦିବାରାତ୍ର କିଟ୍ ପ୍ରିମିୟର ଲିଗ୍ (କେପିଏଲ୍)ର ୫ମ ସଂସ୍କରଣ ଆରମ୍ଭ ହେବ ।

କିଟ୍ କ୍ୟାମ୍ପସ୍ ୩ରେ ଥିବା ସ୍ପୋର୍ଟସ୍ କମ୍ପେ୍ଲକ୍ସରେ ମାର୍ଚ୍ଚ ୩ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ଏହି ମ୍ୟାଚ୍ରେ ପୂର୍ବ, ପଶ୍ଚିମ, ଉତ୍ତର ଓ କ୍ଷିଣ ଭାରତର ୧୪ଟି ବିଶ୍ୱବିଦ୍ୟାଳୟଅଂଶଗ୍ରହଣ କରିବେ ।

ସମୁଦାୟ ଟୁର୍ଣ୍ଣାମେଂଟରେ ଖେଳିବା ପାଇଁ ସମସ୍ତ ଦଳକୁ ମୋଟ ୪ଟି ଗୃପରେ ବିଭକ୍ତ କରାଯାଇଛି । ଗୃପଏରେ ଉକ୍ରଳ ବିଶ୍ୱବିଦ୍ୟାଳୟ, ଚେନ୍ନାଇର ଏସ୍ଆରଏମ୍ ବିଶ୍ୱବିଦ୍ୟାଳୟ ଓ ଭୁବନେଶ୍ୱରର ଶିକ୍ଷା ଓ ଅନୁସନ୍ଧାନ ବିଶ୍ୱବିଦ୍ୟାଳୟ ରହିଛି ।

ସେହିପରି ଗୃପ ବି’ରେ ଦିଲ୍ଲୀ ବିଶ୍ୱ ବିଦ୍ୟାଳୟ, ହାଇଦ୍ରାବାଦ ଗୀତମ୍ ବିଶ୍ୱ ବିଦ୍ୟାଳୟ ଓ ଖଡ଼ଗପୁର ଆଇଆଇଟି ଖେଳୁ ଥିବା ବେଳେ ଗୃପ ସି’ରେ ମୁମ୍ବାଇ ବିଶ୍ୱବିଦ୍ୟାଳୟ, ହରିଆଣାର କୁରୁକ୍ଷେତ୍ର ବିଶ୍ୱବିଦ୍ୟାଳୟ ରହିଛି ।

ସମସ୍ତ ମ୍ୟାଚ୍ ଲିଗ୍ ଆଧାରରେ ଖେଳାଯିବ ଓଏଥିପାଇଁ ସକାଳ ୭ଟା ରୁ ୧୧ଟା, ଅପରାହ୍ନ ୨ଟାରୁ ୬ଟା ଏବଂ ସଂଧ୍ୟା ୬ଟାରୁ ୧୦ପର୍ଯ୍ୟନ୍ତ ଖେଳାଯିବ । ୨୯ତାରିଖ ସଂଧ୍ୟାରେ ଓଲିଉଡ୍ ସିନେଷ୍ଟାରଙ୍କ ମଧ୍ୟରେ ଏକ ପ୍ରଦର୍ଶନୀ ମ୍ୟାଚ୍ ଅନୁଷ୍ଠିତ ହେବ ।

ଏଥିରେ ଚାମ୍ପିଅନ୍ ଳକୁ ୧ଲକ୍ଷ ଟଙ୍କା ପୁରସ୍କାର ପ୍ରଦାନ କରାଯାଉଥିବା ବେଳେ ରନର୍ସଅପ୍ ଦଳକୁ ୫୦ ହଜାର ଟଙ୍କା , ପ୍ରତି ସେମିଫାଇନାଲିଷ୍ଟଙ୍କୁ ୧୦ହଜାର, ପ୍ରତି ଲିଗ୍ ମ୍ୟାଚ୍ ବିଜେତାଙ୍କୁ ୫ହଜାର, ଶ୍ରେଷ୍ଠ କ୍ରିକେଟର୍ଙ୍କୁ ୮ହଜାର, ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ, ବୋଲର, ୱିକେଟ୍ କିର୍ ଓ ଫିଲ୍ଡର୍ଙ୍କୁ ୩ହଜାର ଲେଖାଏଁ ପୁରସ୍କାର ପ୍ରଦାନ କରାଯିବ ।

୨ ତାରିଖରେ ସମସ୍ତ ସେମିଫାଇନାଲ୍ ମ୍ୟାଚ୍ ଖେଳାଯିବାକୁ ଥିବାବେଳେ ୩ ତାରିଖରେ ଫାଇନାଲ
ମ୍ୟାଚ୍ ଖେଳାଯିବ ।

ଉ୍ଘାଟନୀ ମ୍ୟାଚ୍ରେ ମୁଖ୍ୟ ଅତିଥି ଭାବେ ଓସିଏ ସଂପାଦକ ଆଶୀର୍ବାଦ ବେହେରା ଯୋଗ ଦେଉଥିବା ବେଳେ ଉଦ୍ୟାପନୀ ମ୍ୟାଚରେ କ୍ରିକେଟ୍ ତାରକା ଦେବାଶିଷ ମହାନ୍ତି ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି ।

ଆଇପିଏଲ୍ ଢ଼ାଂଚାରେ ଭାରତର ବିଶ୍ୱ ବିଦ୍ୟାଳୟ ସ୍ତରରେ କ୍ରିକେଟ୍ ଖେଳାଳିଙ୍କୁ ଉତ୍ସାହିତ କରିବା ପାଇଁ ୨୦୦୮ରୁ କେପିଏଲ୍ ଆରମ୍ଭ ହୋଇଛି ।
ଓଡ଼ିଶା ଡ଼ଟ୍ କମ୍

Exit mobile version