Site icon Odisha.com

୨୦୧୨-୧୩ ଆର୍ଥିକ ବର୍ଷର ବଜେଟ ଉପସ୍ଥାପିତ

ଓଡିଶା ଡଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ଫେବୃୟାରୀ ୨୪(ଓଡ଼ିଶା ଡ଼ଟ୍ କମ୍) ବିଧାନସଭାରେ ଶୁକ୍ରବାର ରାଜ୍ୟ ଅର୍ଥମନ୍ତ୍ରୀ ପ୍ରଫୁଲ୍ଲ ଚନ୍ଦ୍ର ଘଡ଼େଇ ୨୦୧୨-୧୩ ଆର୍ଥିକ ବର୍ଷ ପାଇଁ ବଜେଟ ଉପସ୍ଥାପନ କରିଛନ୍ତି ।

ମୋଟ୍ ବଜେଟର ପରିମାଣ ୫୨,୦୩୦ କୋଟି ୭୦ ଲକ୍ଷ ଟଙ୍କା ରଖାଯାଇଥିବା ବେଳେ ଅଣଯୋଜନା ବ୍ୟୟ ୩୪,୩୫୦ କୋଟି ୪୯ ଲକ୍ଷ ଟଙ୍କା ଏବଂ ରାଜ୍ୟ ଯୋଜନା ବ୍ୟୟ ୧୭,୬୮୦ କୋଟି ଟଙ୍କା କରାଯାଇଛି ।

ବଜେଟ୍ରେ ସ୍କୁଲ ଓ ଗଣଶିକ୍ଷା ବିଭାଗ ପାଇଁ ୬୫୨୫ କୋଟି ୪୦ ଲକ୍ଷ ଟଙ୍କା, ମହିଳା ଓ ଶିଶୁ ବିକାଶ ବିଭାଗ ପାଇଁ ୨୭୨୩ କୋଟି ୬୯ ଲକ୍ଷ ଟଙ୍କା, ପଂଚାୟତିରାଜ ବିଭାଗ ପାଇଁ ୨୫୬୩ କୋଟି ୮୩ ଲକ୍ଷ ଟଙ୍କା ଓ ସ୍ୱାସ୍ଥ୍ୟ ବିଭାଗ ପାଇଁ ୧୮୨୦ କୋଟି ୪୦ ଲକ୍ଷ ଟଙ୍କା ବ୍ୟୟ ବରା କରାଯାଇଛି ।

ସେହିପରି ଖାଦ୍ୟ ଓ ଯୋଗଣ ୧୧୯୨.୫୮କୋଟି, ଅନୁସୂଚିତ ଜାତି ଓ ଜନଜାତି ୧୬୦୫.୭୧ କୋଟି ଯୋଜନା ଓ ସମନ୍ୱୟ ୧୩୨୮ କୋଟି, କୃଷି ୧୫୧୬.୧୬ କୋଟି ଏବଂ ଉଚ୍ଚଶିକ୍ଷା ବିଭାଗ ପାଇଁ ୧୨୯୦ କୋଟି ୨୮ ଲକ୍ଷ ଯଙ୍କାର ବ୍ୟବୟ ବରା କରାଯାଇଛି ।

ଏହାସହିତ ଅନ୍ୟ ବିଭାଗ ଗୁଡ଼ିକ ପାଇଁ ମଧ୍ୟ ବ୍ୟୟ ବରା କରାଯାଇଛି । ଗତବର୍ଷ ମୋଟ୍ ବଜେଟର ପରିମାଣ ୪୪,୮୭୮ କୋଟି ଟଙ୍କା ରଖାଯାଇଥିବା ବେଳେ ଚଳିତ ବର୍ଷ ଏହାର ୧୪.୬୫ ପ୍ରତିଶତ ଅଧିକ କରାଯାଇଛି ।

ଓଡ଼ିଶା ଡ଼ଟ୍ କମ୍

Exit mobile version