Site icon Odisha.com

ବଣ୍ଡା ଆଦିବାସୀ ଅଞ୍ଚଳକୁ ବିଦେଶୀ ପର୍ଯ୍ୟଟକଙ୍କୁ କଟକଣା

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ଫେବୃୟାରୀ ୨୫(ଓଡ଼ିଶା ଡ଼ଟ୍ କମ୍) ବଣ୍ଡା ଓ ଡ଼ଙ୍ଗରିଆ କନ୍ଧ ତଥା ଅ୍ୟ ଆଦିମ ଜନଜାତି ସଂପ୍ରଦାୟର ଲୋକମାନେ ବସବାସ କରୁଥିବା ଅଞ୍ଚଳକୁ ବିଦେଶୀ ପର୍ଯ୍ୟଟକ ଏବଂ ଗବେଷକଙ୍କ ପରିଦର୍ଶନ ଉପରେ ସରକାର କଟକଣା ଲାଗୁ କରିବାକୁ ନିଷ୍ପତି ନେଇଛନ୍ତି ।

ଏଥିପାଇଁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ କ୍ରମେ ସଂପୃକ୍ତ ଜିଲ୍ଲାର ଜିଲ୍ଲାପାଳଙ୍କ ନିକଟକୁ ଏ ସଂକ୍ରାନ୍ତରେ ନିର୍ଦ୍ଦେଶାବଳୀ ପଠାଯାଇଛି ।

ଆଦିମ ଜନଜାତି ସଂପ୍ରଦାୟର ଲୋକମାନେ ବସବାସ ତଥା ଯାତାୟାତ କରୁଥିବା ଅଞ୍ଚଳକୁ ସଂପୃକ୍ତ ଜିଲ୍ଲାର ଜିଲ୍ଲାପାଳଙ୍କ ବିନା ଅନୁମତିରେ କୌଣସି ବିଦେଶୀ ପର୍ଯ୍ୟଟକ ଯାଇପାରିବେ ନାହିଁ ।

ଏଥିପାଇଁ ସେମାନଙ୍କୁ ସଂପୃକ୍ତ ଜିଲ୍ଲାର ପର୍ଯ୍ୟଟନ ଅଧିକାରୀଙ୍କ ଜରିଆରେ ଜିଲ୍ଲାପାଳଙ୍କୁ ଆବେଦନ କରିବାକୁ ପଡ଼ିବ ଏବଂ ଆବେଦନର ଏକ କିତା ନକଲ ଉକ୍ତ ଅଞ୍ଚଳର ଥାନାକୁ ପଠାଯିବା ।

ଅନୁମତି ପ୍ରଦାନ ସମୟରେ ଆଦିବାସୀ ସଂପ୍ରାୟର ମର୍ଯ୍ୟଦା ତଥା ସାଂସ୍କୃତିକ ପରମ୍ପରାକୁ ବଜାୟ ରଖିବା ତଥା ସୁରକ୍ଷା ପାଇଁ ଆବଶ୍ୟକ ସର୍ତ ଜିଲ୍ଲାପାଳ ଲାଗୁ କରିପାରିବେ ।

ଓଡ଼ିଶା ଡ଼ଟ୍ କମ୍

Exit mobile version