Site icon Odisha.com

ବାଣ ବିସ୍ଫୋରଣ ଅଗ୍ନିକାଣ୍ଡରେ ମୃତ୍ୟୁସଂଖ୍ୟା ୪କୁ ବୃଦ୍ଧି

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

କଟକ,ଫେବୃୟାରୀ ୨୫(ଓଡ଼ିଶା ଡ଼ଟ୍ କମ୍) ଢେଙ୍କାନାଳ ଜିଲ୍ଲାରେ ବାଣ ବିସ୍ଫୋରଣରେ ହୋଇଥିବା ଅଗ୍ନିକାଣ୍ଡରେ ଶନିବାର ମୃତ୍ୟୁସଂଖ୍ୟା ଚାରିକୁ ବୃଦ୍ଧି ପାଇଛି ।

ଗୁରୁତର ଅବସ୍ଥାରେ କଟକ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡ଼ିକାଲ କଳେଜ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ତିନି ଜଣଙ୍କ ମଧ୍ୟରୁ ଦୁଇ ଜଣଙ୍କ ମୃତ୍ୟୁ ହୋଇଛି । ଅନ୍ୟ ଜଣେ ବ୍ୟକ୍ତି ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି ।

ଶୁକ୍ରବାର ହିନ୍ଦୋଳ ବ୍ଲକ୍ ଅନ୍ତର୍ଗତ କଂସରା ଗାଁରେ ବାଣ ତଆରି ଚାଲିଥିବା ବେଳେ ହଠାତ୍ କୌଣସି କାରଣରୁ ବାରୁରେ ନିଆଁ ଲାଗିଯାଇ ଆଖପାଖର ପ୍ରାୟ ଦୁଇ ଶହରୁ ଉଦ୍ଧ୍ୱର୍ ଘର ପାଉଁଶ ହୋଇଯାଇଥିଲା ।

ଘଟଣା ସ୍ଥଳରେ ବାଣ ତିଆରି କରୁଥିବା ବ୍ୟକ୍ତି ଓ ତାଙ୍କ ପୁଅଙ୍କ ମୃତ୍ୟୁ ହେବା ସହ ୧୫ ଜଣ ଆହତ
ହୋଇଥିଲେ ।

ଓଡ଼ିଶା ଡ଼ଟ୍ କମ୍

Exit mobile version