Site icon Odisha.com

ଦାଦାବଟି ଦାବିରେ ରେଳଷ୍ଟେସନରେ ବୋମାମାଡ଼, ତିନି ଗୁରୁତର

ଓଡ଼ିଶା ଡ଼ଟ୍ କମ୍ : ଅମରନାଥ ପରିଡ଼ା

ଜଗତସିଂହପୁର, ଫେବୃୟାରୀ ୨୬(ଓଡ଼ିଶା ଡ଼ଟ୍ କମ୍) ଜଗତସିଂହପୁର ଜିଲ୍ଲା ରଘୁନାଥପୁର ରେଳ ଷ୍ଟେସନରେ ଜଣେ ଠିକାଦାରଙ୍କ ଠାରୁ ଦାଦାବଟି ଦାବିକରି କେତେକ ଦୁର୍ବୃତ ବୋମାମାଡ଼ କରିବାରୁ ତିନି ଜଶ ଗୁରୁତର ଆହତ ହୋଇଛନ୍ତି ।

ଶନିବାର ରାତିରେ ହୋଇଥିବା ଏହି ଘଟଣାରେ ସେଠାରେ କାମ କରୁଥିବା ଶ୍ରମିକଙ୍କ କ୍ୟାମ୍ପ ଏବଂ ସାଇକେଲ ଷ୍ଟାଣ୍ଡ ଭାଙ୍ଗି ଯାଇଛି ।

ଉଲ୍ଲେଖଯୋଗ୍ୟ ଯେ, ଷ୍ଟେସନରେ ଟ୍ରାକ୍ ଏବଂ ଅନ୍ୟାନ୍ୟ କାମ ପାଇଁ ଅଧିକାରମୋହନ ହୋତା ନାମକ ଜଣେ ଠିକାଦାରଙ୍କୁ ନିଯୁକ୍ତ କରାଯାଇଥିଲା । ଏହି ଠିକାଦାରଙ୍କ ଠାରୁ ଦୁର୍ବୃତମାନେ ଏକ ଲକ୍ଷ ଟଙ୍କା ଦାବି କରିଥିଲେ ଏବଂ ଟଙ୍କା ନେଲେ କାମ ବନ୍ଦ କରିବାକୁ ଧମକ ଦେଇଥିଲେ ।

ଗତକାଲି ରାତିରେ ପାଞ୍ଚଜଣ ଦୁର୍ବୃତ ଷ୍ଟେନରେ ପହଞ୍ଚି କାମ ବନ୍ଦ କରିବାକୁ ଶ୍ରମିକଙ୍କୁ କହିଥିଲେ । ଶ୍ରମିକମାନେ କାମ ବନ୍ଦ ନକରିବାରୁ ସେମାନଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା ଏବଂ ଏଥିରେ ଉତ୍କକ୍ଷିପ୍ତ ହୋଇ ସେମାନେ ତିନୋଟି ବୋମାମାଡ଼ କରିଥିଲେ ।

ତେବେ ଏହି ଘଟଣା ପରେ ସେଠାରେ କିଛି ସମୟ ପାଇଁ ଉତ୍ତେଜନା ପ୍ରକାଶ ପାଇଥିଲା । ଏହି ଘଟଣାରେ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଛି ବୋଲି ରେଳବାଇ ଡ଼ିଏସ୍ପି ତ୍ରିନାଥ ମିଶ୍ର କହିଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

Exit mobile version