Site icon Odisha.com

ଦଲିଲ ଲେଖକ ସଂଘକୁ ସୁଦୃଢ କରିବାକୁ ନିବେନ

ଓଡ଼ିଶା ଡ଼ଟ୍ କମ୍ : ଶାନ୍ତନୁ ବିଶ୍ୱାଳ

ବରଗଡ଼, ଫେବୃୟାରୀ ୨୮(ଓଡ଼ିଶା ଡ଼ଟ୍ କମ୍) ଦଲିଲ ଲେଖକ ସଂଘକୁ ସୁଦୃଢ କରିବା ପାଇଁ ବରଗଡ଼ ଠାରେ ଅନୁଷ୍ଠିତ କାର୍ଯ୍ୟକାରୀଣୀ କମିଟି ବୈଠକରେ ନିବେଦନ କରାଯାଇଛି ।

ସଭାପତି ବଂଶୀଧର ବେହେରାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ମହାସଂଘର ଏହି ବୈଠକରେ ସଂପାଦକ ଭକ୍ତ ଚରଣ ପୂର୍ବ ବୈଠକର ବିବରଣୀ ପାଠ କରିଥିବା ବେଳେ କାର୍ଯ୍ୟକାରୀ ସଂପାଦକ ଅଶୋକ ଦାସ ସଂଘକୁ ସୁଦୃଢ କରିବା ପାଇଁ ରାଜ୍ୟର ସମସ୍ତ ଦଲିଲ ଲେଖକଙ୍କୁ ନିବେଦନ କରିଥିଲେ ।

ଡ଼ିଡ଼୍ ରାଇଟର ୱେଲଫେୟାର ଫଣ୍ଡରେ ଓଡ଼ିଶାର ସମସ୍ତ ଦଲିଲ ଲେଖକ ସଭ୍ୟଭୁକ୍ତ ହେବାକୁ ସେ କହିଥିଲେ ।
ଏହି ବୈଠକରେ ଦଲିଲ ଲେଖକ ସଂଘର ଟିକେଶ୍ୱର ପ୍ରଧାନ ଭଟଲିର ସ୍ୱର୍ଗତ ରାଧେଶ୍ୟାମ ମେହେରଙ୍କ ପ୍ରତିନିଧିଙ୍କୁ ଉକ୍ତ ପାଣ୍ଠିରୁ ପ୍ରଥମ ସହାୟତା ପ୍ରଦାନ କରାଯାଇଥିଲା ।

ଓଡ଼ିଶା ଡ଼ଟ୍ କମ୍

Exit mobile version