Site icon Odisha.com

ହିଣ୍ଡାଲକୋକୁ ୧୩.୭୭ କୋଟି ଟଙ୍କା ଜରିମାନା

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ସମ୍ବଲପୁର, ଫେବୃୟାରୀ ୨୭(ଓଡ଼ିଶା ଡ଼ଟ୍ କମ୍) ଜାଲ ଆନୁମତିରେ ଏକ ଅପଞ୍ଜିକୃତ ସଂସ୍ଥାକୁ ବର୍ଜ୍ୟବସ୍ତୁ ବିକ୍ରୟ କରିବା ଅଭିଯୋଗରେ ସୋମବାର କେନ୍ଦ୍ର ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ହୀରାକୁ ସ୍ଥିତ ହିଣ୍ଡାଲକୋକୁ ୧୩ କୋଟି ୭୭ ଲକ୍ଷ ଜୋରିମାନା ଦେବାକୁ ନିର୍ଦ୍ଦେଶନାମା ଜାରି କରିଛନ୍ତି ।

ଗତ ବର୍ଷ ହିଣ୍ଡାଲକୋ କାରଖାନାରୁ ଆଲୁମିନା ଉତ୍ପାଦନ ପରେ ନିର୍ଗତ ‘ଆନୋଡବଟ୍ଟ’ ନାମକ ଏକ ବିଷାକ୍ତବର୍ଜ୍ୟବସ୍ତୁକୁ ସମ୍ବଲପୁର ସ୍ଥିତ ଆଂଚଳିକ ପ୍ରଦୂଷଣ ନିୟନ୍ତ୍ରଣ ଅଧିକାରୀଙ୍କ ଜାଲ ଦସ୍ତଖତରେ କମ୍ପାନୀ କର୍ତୃପକ୍ଷ ବିଶାଖାପାଟଣା ଓ ଧାନବାରଦୁଇଟି ଅପଞ୍ଜିକୃତ ସଂସ୍ଥାକୁ ବେଆଇନ ବିକ୍ରି କରିଥିଲେ ।

ଏ ସଂପର୍କରେ କେନ୍ଦ୍ର ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ରାଜ୍ୟ ପ୍ରଦୂଷଣ ବୋର୍ଡର ଦୃଷ୍ଟି ଆକର୍ଷଣ କରିଥିଲେ ଏବଂ ରାଜ୍ୟ ପ୍ରଦୃଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ ହିଣ୍ଡାଲକୋକୁ କାରଣ ଦର୍ଶାଅ ନୋଟିସ ଜାରି କରାଯିବା ସହ ଅନୁସନ୍ଧାନ କରାଯାଇଥିଲା ।

ଏଥିରେ ସତ୍ୟତା ଥିବା ଜାଣିବା ପରେ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ପାଇଁ ସୁପାରିସ କରାଯାଇଥିଲା ।

ଓଡ଼ିଶା ଡ଼ଟ୍ କମ୍

Exit mobile version