• Skip to primary navigation
  • Skip to main content
  • Skip to primary sidebar
  • ଯୋଗାଯୋଗ
  • ଆମ ସମ୍ପର୍କରେ
    • ଓଡିଆ ଶିକ୍ଷା
  • କପି ରାଇଟ
  • କ୍ୟାରିୟର
  • ବିଜ୍ଞାପନ ନିୟମ
  • ଲେଖକଙ୍କ ପାଇଁ
  • ଓଡିଶା ଡଟ୍ କମ ଘୋଷଣାନାମା
  • ଓଡିଆ ୱେବସାଇଟ
  • ଆମ ବିଜ୍ଞାପନଦାତା

Odisha.com

Connecting Odias

  • ପ୍ରବାସୀ ଓଡିଆ
    • ମନୋରଞ୍ଜନ
    • ଶିକ୍ଷା
    • ଖେଳ
    • ସାହିତ୍ୟ
  • ସାକ୍ଷାତକାର
  • ଅର୍ଥ-ବ୍ୟବସାୟ
  • ରାଜନୀତି
  • ଆମ ସମ୍ପର୍କରେ
    • ବିଜ୍ଞାପନ ନିୟମ
      • ଆମ ବିଜ୍ଞାପନଦାତା
      • ଲେଖକଙ୍କ ପାଇଁ
      • ଚିଠିପତ୍ର
      • ଯୋଗାଯୋଗ
  • ଆମ ରୋସେଇ ଘରୁ

ଗ୍ରୀଷ୍ମ ପ୍ରବାହ ପାଇଁ ସତର୍କ ରହିବାକୁ ଜିଲ୍ଲାପାଳଙ୍କୁ ପରାମର୍ଶ

February 28, 2012 by admin

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ଫେବୃୟାରୀ ୨୯(ଓଡ଼ିଶା ଡ଼ଟ୍ କମ୍) ଫେବୃୟାରୀ ମାସରୁ ରାଜ୍ୟରେ ଗ୍ରୀଷ୍ମପ୍ରବାହ ଅନୁଭୂତ ହେବା ସହ ତାପମାତ୍ର ୪୦ ଡ଼ିଗ୍ରୀ ଛୁଇଁଥିବାରୁ ଆଗୁଆ ସତର୍କ ରହିବାକୁ ରାଜ୍ୟ ସରକାର ଜିଲ୍ଲାପାଳ ମାନଙ୍କୁ ପରାମର୍ଶ ଦେଇଛନ୍ତି ।

ସତର୍କତାମୂଳକ ପଦକ୍ଷେପ ସ୍ୱରୂପ ବର୍ତମାନ ଠାରୁ କାର୍ଯ୍ୟକ୍ରମ ଗ୍ରହଣ କରିବାକୁ ରାଜସ୍ୱ ବିଭାଗ ପକ୍ଷରୁ ଜିଲ୍ଲାପାଳ ମାନଙ୍କୁ ପତ୍ର ପଠାଯାଇଛି ।

ଶ୍ରମିକଙ୍କ କାର୍ଯ୍ୟ ସମୟରେ ପରିବର୍ତନ କରିବାକୁ ପତ୍ରରେ କୁହାଯାଇଥିବା ବେଳେ ପୂର୍ବାହ୍ନ ୧୧ଟାରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ଗ୍ରୀଷ୍ମ ପ୍ରବାହ ସମୟରେ କାମ ନକରିବା ପାଇଁ ନିର୍ଦ୍ଦେଶନାମା ଦିଆଯିବ ।

ଏହାସହ ସେମାନେ କାମ କରୁଥିବା ସ୍ଥାନରେ ପାଣି, ଓଆର୍ଏସ୍ ଏବଂ ବିଶ୍ରାମ ପାଇଁ ବ୍ୟବସ୍ଥା କରିବାକୁ ପରାମର୍ଶ ଦିଆଯାଇଛି । ସେହିପରି ଯାତ୍ରୀବାହୀ ବସ୍ ଗୁଡ଼ିକର ଚଳାଚଳ ସମୟ ପରିବର୍ତନ କରାଯିବ ।

ସ୍କୁଲ ଓ କଲେଜରେ ପାଠପଢା ତଥା ପରୀକ୍ଷା ସମୟ ପରିବର୍ତନ ସହ ଅପ୍ରେଲ ସୁଦ୍ଧା ସମସ୍ତ ପରୀକ୍ଷା ଶେଷ
କରିବାକୁ କୁହାଯାଇଛି । ସକାଳ ୬ଟା ୩୦ରୁ ୧୦ଟା ମଧ୍ୟରେ ପରୀକ୍ଷା କରିବାକୁ କୁହାଯାଇଛି ।

ଜିଲ୍ଲାପାଳମାନେ ବିଭିନ୍ନ ସଂଗଠନ ସହ ସମନ୍ୱୟ ରକ୍ଷା କରି ତୁରନ୍ତ ବୈଠକ ଡ଼ାକିବେ ଏବଂ
ଡ଼ାକ୍ତରଖାନାରେ ପର୍ଯ୍ୟାପ୍ତ ପରିମାଣର ଔଷଧ, ଓଆର୍ଏସ୍ ଏବଂ ବରଫ ମହଜୁଦ ରଖାଯିବ । ଉଭୟ
ସହରାଂଚଳ ଏବଂ ଗ୍ରାମାଂଚଳ, ବସଷ୍ଟାଣ୍ଡରେ ଜଳଛତ୍ର ବ୍ୟବସ୍ଥା କରିବା ପାଇଁ କୁହାଯାଇଛି ।

ନିରବଚ୍ଛିନ୍ନ ବିଦ୍ୟୁତ ଯୋଗାଣ ପାଇଁ ବିଦ୍ୟୁତ୍ ବିଭାଗକୁ କୁହାଯାଇଥିବା ବେଳେ ଜରୁରୀକାଳୀନ ପରିସ୍ଥିତି ପାଇଁ ପଂଚାୟତିରାଜ ସଂସ୍ଥା ଗୁଡ଼ିକୁ କୁହାଯାଇଛି ।

ଜିଲ୍ଲା ଓ ରାଜ୍ୟ ସ୍ତରରେ ନିୟନ୍ତ୍ରଣ କକ୍ଷ ଖୋଲାଯିବ ଏବଂ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ବିପର୍ଯ୍ୟୟ ପରିଚାଳନା କମିଟି ଗଠନ କରାଯାଇ ପରିସ୍ଥିତିର ଅନୁଧ୍ୟାନ କରାଯିବ ।

ପ୍ରତିିନ ଜିଲ୍ଲାପାଳମାନେ ସ୍ୱତନ୍ତ୍ର ରିଲିଫ କମିଶନର ଏବଂ ରାଜସ୍ୱ ବିଭାଗକୁ ରିପୋର୍ଟ ପଠାଇବେ ଏବଂ ଜିଲ୍ଲା ବିପର୍ଯ୍ୟୟ କମିଟି ବୈଠକ ଡ଼ାକି ଆଲୋଚନା କରିବେ ବୋଲି ରାଜସ୍ୱ ବିଭାଗ ପକ୍ଷରୁ ଦିଆଯାଇଥିବା ପତ୍ରରେ କୁହାଯାଇଛି ।

କୌଣସି ସ୍ଥାନରେ ଅଂଶୁଘାତ ଜନିତ ମୃତ୍ୟୁ ଖବର ଜଣାପଡ଼ିଲେ କିମ୍ବା ଗଣମାଧ୍ୟମରେ ପ୍ରକାଶିତ ହେଲେ ସ୍ଥାନୀୟ ତହସିଲାର ଏବଂ ଚିକିତ୍ସାଧିକାରୀ ତୁରନ୍ତ ଏହି ଘଟଣାର ଯାଂଚ କରି ବିଭାଗକୁ ରିପୋର୍ଟ ପଠାଇବାକୁ ନିର୍ଦ୍ଦେଶ ଦିଆଯାଇଛି ।

ଓଡ଼ିଶା ଡ଼ଟ୍ କମ୍

admin
admin

Filed Under: ମୁଖ୍ୟ ଖବର Tagged With: ଗ୍ରୀଷ୍ମପ୍ରବାହ, ଜିଲ୍ଲାପାଳ

Primary Sidebar

ଆଖ ପାଖ ଖବର ପାଇଁ ଡାଉନଲୋଡ କରନ୍ତୁ

Odisha Local Logo

Tags

ଅପରାଧ ଆଦିବାସୀ ଓଡିଶା ଓଡ଼ିଶା ଖବର କଂଗ୍ରେସ କଟକ କନ୍ଧମାଳ କେନ୍ଦ୍ର ସରକାର କୋରାପୁଟ ଗଣମାଧ୍ୟମ ଛାତ୍ରଛାତ୍ରୀ ଜଗତସିଂହପୁର ଜିଲ୍ଲାପାଳ ନବ କଳେବର ନାଲକୋ ନିର୍ବାଚନ ପର୍ଯ୍ୟଟକ ପଶ୍ଚିମ ଓଡ଼ିଶା ପିପିଲି ପୁରୀ ପୋଲିସ ପୋସ୍କୋ ଫୁଲବାଣୀ ବରଗଡ଼ ବିଜେପି ବିଜେଡ଼ି ବିଧାନସଭା ବିଧାୟକ ଭଦ୍ରକ ଭୁବନେଶ୍ୱର ମାଓବାଦୀ ମାଲକାନଗିରି ମୁଖ୍ୟ ଖବର ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଉରକେଲା ରାଜନୀତି ରାଜ୍ୟ ସରକାର ଶିକ୍ଷା ସମ୍ବଲପୁର ସରକାର ସାକ୍ଷାତକାର ସାମ୍ବାଦିକ ସମ୍ମିଳନୀ ସ୍ୱାସ୍ଥ୍ୟ ହାଇକୋର୍ଟ

Go to mobile version