Site icon Odisha.com

ଭଦ୍ରକ: ସାଧାରଣ ଧର୍ମଘଟ ବନ୍ଦରେ ରୂପାନ୍ତରିତ

ଓଡ଼ିଶା ଡ଼ଟ୍ କମ୍ : ସ୍ନିଗ୍ଧା ରାୟ

ଭଦ୍ରକ, ଫେବୃୟାରୀ ୨୮(ଓଡ଼ିଶା ଡ଼ଟ୍ କମ୍) ସର୍ବଭାରତୀୟ ସାଧାରଣ ଧର୍ମଘଟ ଡ଼ାକରା ମଙ୍ଗଳବାର ଭଦ୍ରକରେ ବନ୍ଦରେ ରୂପାନ୍ତରିତ ହୋଇଥିବା ବେଳେ ସମସ୍ତ ଦୋକାନ ବଜାର, ବସ ଓ ଅନ୍ୟାନ୍ୟ ଗାଡ଼ି କୋର୍ଟ କଚେରୀ,ବ୍ୟାଙ୍କ, ବୀମା କାର୍ଯ୍ୟାଳୟ ବନ୍ଦ ହୋଇଥିଲା ।

ସ୍କୁଲ ଗୁଡ଼ିକ ଖୋଲା ଥିଲେ ମଧ୍ୟ ସେଠାରେ ଉପସ୍ଥାନ କମ୍ ରହିଥିଲା । ରାସ୍ତାରେ କେତେକ ଛୋଟ ଗାଡ଼ି ଚଳାଚଳ କରୁଥିବା ଦେଖିବାକୁ ମିଳିଥିଲା ।

କେନ୍ଦ୍ର ସରକାରଙ୍କ ପ୍ରଣୀତ ନୀତି ଦରବୃଦ୍ଧି, ନୂତନ ନିଯୁକ୍ତି ବନ୍ଦ କରିବା, ଠିକା ନିଯୁକ୍ତିରେ କାମ ଚଳାଇବା, ରାଷ୍ଟ୍ରାୟତ୍ତ ଶିଳ୍ପକୁ ଘରୋଇ କରିବାକୁ ଉଦ୍ୟମ କରିବା ଓ ସମସ୍ତ ସ୍ତରରେ ବ୍ୟାପକ ଦୁର୍ନିତୀ ବିରୁଦ୍ଧରେ ଏହି ବନ୍ଦ ସାଧାରଣ ଲୋକଙ୍କ ପ୍ରତିବାଦ ବୋଲି ସିଆଇଟିୟୁର ଜିଲା ସଭାପତି ଦିବ୍ୟସିଂ ନାୟକ କହିଛନ୍ତି ।

୧୧ଟି ଟ୍ରେଡ଼ ୟୁନିୟନ ପକ୍ଷରୁ ଆହୂତ ଏହିଦିନିକିଆ ବନ୍ଦରେ ମୁଖ୍ୟତଃ ସିଆଇଟିୟୁ, ଏଆଇଟିୟୁସି ଏବଂ ଏଆଇବିଇଏ,ସାଧାରଣ ବୀମା ଓ ଜୀବନ ବୀମା କର୍ମଚାରୀ ସଂଘର କର୍ମକର୍ତାମାନେ ଅଂଶଗ୍ରହଣ ଦେଇଥିଲେ ।

ଓଡ଼ିଶା ଡ଼ଟ୍ କମ୍

Exit mobile version