Site icon Odisha.com

ଶ୍ରମିକ ସଂଗଠନର ଧର୍ମଘଟ ଯୋଗୁଁ ଜୀବନଯାତ୍ରା ପ୍ରଭାବିତ

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ଫେବୃୟାରୀ ୨୮(ଓଡ଼ିଶା ଡ଼ଟ୍ କମ୍) କର୍ମଚାରୀଙ୍କ ଦାବି ପୂରଣ ଓ ସମସ୍ୟା ସମାଧାନ ଦିଗରେ କେନ୍ଦ୍ର ସରକାରଙ୍କ ଅବହେଳା ପ୍ରତିବାଦରେ ଶ୍ରମିକ ସଂଗଠନ ପକ୍ଷରୁ ମଙ୍ଗଳବାର କରାଯାଇଥିବା ଧର୍ମଘଟ ଯୋଗୁଁ ସାଧାରଣ ଜୀବନ ଯାତ୍ରା ପ୍ରଭାବିତ ହୋଇଛି ।

ସମଗ୍ର ଦେଶରେ ବିଭିନ୍ନ ଶ୍ରମିକ ସଂଗଠନ ଓ ବାମପନ୍ଥୀ ସଂଗଠନ ପକ୍ଷରୁ ଦିଆଯାଇଥିବା ଡ଼ାକରାରେ ଓଡ଼ିଶାର ସାତଟି ସଂଗଠନ ମଧ୍ୟ ସାମିଲ ହୋଇଛନ୍ତି ।

ରାଜଧାନୀ ଭୁବନେଶ୍ୱରରେ ସଂଗଠନ ଗୁଡ଼ିକ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ, ଶୋଭାଯାତ୍ରା କରାଯିବା ସହ ବିଭିନ୍ନ ସ୍ଥାନରେ ଟାୟାର ଜାଳି ରାସ୍ତା ଅବରୋଧ କରାଯାଇଛି । ଦୋକାନବଜାର, ବ୍ୟାଙ୍କ, ବ୍ୟବସାୟୀକ ପ୍ରତିଷ୍ଠାନ ଏବଂ ଯାନବାହାନ ଓ ରେଳ ଚଳାଚଳ ବନ୍ଦ ରହିଛି । ଫଳରେ ବିଭିନ୍ନ ସ୍ଥାନରେ ଟ୍ରେନ୍ ଗୁଡ଼ିକ ଅଟକି ରହିଛି ।

ସକାଳ ୬ଟାରୁ ସଂଧ୍ୟା ୬ଟା ପର୍ଯ୍ୟନ୍ତ ଦିଆଯାଇଥିବା ଏହି ବନ୍ଦ ଡ଼ାକରା ଯୋଗୁଁ ବିଭିନ୍ନ ସ୍ଥାନରୁ ଆସିଥିବା ଯାତ୍ରୀମାନେ ନିଜର ଗନ୍ତବ୍ୟ ସ୍ଥଳକୁ ଯାଇନପାରି ବହୁତ ହଇରାଣ ହୋଇଛନ୍ତି ।

ସେହିପରି କଟକ, ସମ୍ବଲପୁର, ରାଉରକେଲା, ଝାରସୁଗୁଡ଼ା, ବାଲେଶ୍ୱର, ବ୍ରହ୍ମପୁର, ପୁରୀ ଆଦି ଜିଲ୍ଲାରେ ମଧ୍ୟ ସଂଗଠନ ଗୁଡ଼ିକ ପକ୍ଷରୁ ଦିଆଯାଇଥିବା ବନ୍ଦ ଡ଼ାକରାର ପ୍ରଭାବ ପଡ଼ିଛି । ଏହି ସହର ଗୁଡ଼ିକରେ ଦୋକାନ ବଜାର, ବ୍ୟାଙ୍କ, ଗାଡ଼ିମଟର ଚଳାଚଳ ବନ୍ଦ ରହିଛି ।

ବିଏମ୍ଏସ୍, ଏଚ୍ଏମ୍ଏସ୍, ସିଆଇଟିୟୁ, ଏଆଇଟିୟୁସି, ଆଇଏନ୍ଟିୟୁସି, ଏଆଇୟୁଟିସି, ଏଆଇସିସିଟିୟୁ, ଟିୟୁସି, ଏସ୍ଇଡବ୍ଲୁ ଆଦି ୧୧ଟି କେନ୍ଦ୍ରୀୟ ସଂଗଠନ ପକ୍ଷରୁ ଦେଶବ୍ୟାପୀ ଏହି ଧର୍ମଘଟ ଡ଼ାକରା ଦିଆଯାଇଛି ।

ରବୃଦ୍ଧି ନିୟନ୍ତ୍ରଣ, ନିଯୁକ୍ତିରେ ସୁରକ୍ଷା ଓ ବ୍ୟାପକ ନିଯୁକ୍ତିର ସୁଯୋଗ ସୃଷ୍ଟି କରିବା, ମାସିକ ସର୍ବନିମ୍ନବେତନ ୧୦ହଜାର ଟଙ୍କା, ବୋନସ୍, ଗ୍ରାଚ୍ୟୁଇଟି ପରିମାଣ ବୃଦ୍ଧି କରିବା, ସମସ୍ତଙ୍କ ପାଇଁ ସୁନିଶ୍ଚିତ ପେନସନ୍ ବ୍ୟବସ୍ଥା, ଶ୍ରମ ଆଇନ୍କୁ କାର୍ଯ୍ୟକାରୀ, ପେଟ୍ରୋଲ ଓ ଡିଜେଲ ପମ୍ପ କର୍ମଚାରୀଙ୍କ ଛଟେଇ ବନ୍ଦ କରିବାକୁ ସେମାନେ ଦାବି କରିଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

Exit mobile version