Site icon Odisha.com

କର୍ତବ୍ୟରେ ଅବହେଳା ପାଇଁ ଦୁଇ ଡାକ୍ତର ନିଲମ୍ବିତ

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ଫେବୃୟାରୀ ୨୯(ଓଡ଼ିଶା ଡ଼ଟ୍ କମ୍) କର୍ତବ୍ୟରେ ଅବହେଳା କରିବା ତଥା ରୋଗୀଙ୍କୁ ଚିକିତ୍ସା ପ୍ରଦାନ ନିମନ୍ତେ ଲାଂଚ ନେଇଥିବାରୁ ସରକାର ଦୁଇ ଜଣ ଡାକ୍ତରଙ୍କୁ ନିଲମ୍ବନ କରିଛନ୍ତି ।

ତାଳଚେର ଉପଖଣ୍ଡ ଚିକିତ୍ସାଳୟର ସ୍ତ୍ରୀ ଓ ପ୍ରସୂତି ବିଭାଗ ଡାକ୍ତର ଅଶୋକ କୁମାର ବେହେରା ଜଣେ
ରୋଗୀଙ୍କ ଠାରୁ ଚାରି ହଜାର ଟଙ୍କା ଲାଂଚ ନେଉଥିବା ବେଳେ ଗତ ୧ ତାରିଖରେ ଭିଜିଲାନ୍ସ ହାତରେ ଧରାପଡ଼ିଥିଲେ ।

ସେହିପରି ଯାଜପୁର ଜିଲ୍ଲା ଦାନଗି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଡାଃ ପ୍ରିତି ନାୟକ ମଧ୍ୟ ଜଣେ ରୋଗୀଙ୍କ ଠାରୁ ଜନନୀ ସୁରକ୍ଷା ଯୋଜନାରେ ୭୦୦ ଟଙ୍କା ଲାଂଚ ନେବା ସହିତ ନିଜ କର୍ତବ୍ୟରେ ଅବହେଳା ପ୍ରଦର୍ଶନ କରି ରୋଗୀ ଚିକିତ୍ସା କରୁ ନଥିବାରୁ ତାଙ୍କୁ ନିଲମ୍ବନ କରାଯାଇଛି ।

ଉଭୟଙ୍କୁ ବିଭାଗ ପକ୍ଷରୁ ନିଲମ୍ବନ କରାଯିବା ସହିତ ସେମାନଙ୍କ ବିରୁଦ୍ଧରେ ବିଭାଗୀୟ ଶୃଂଖଳାଗତ
କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ବୁଧବାର କୁହାଯାଇଛି ।

ଓଡ଼ିଶା ଡ଼ଟ୍ କମ୍

Exit mobile version