Site icon Odisha.com

ପୋସ୍କୋ ଅଂଚଳରେ ଚାରି କର୍ମଚାରୀ ଅଟକ ପରେ ମୁକ୍ତ

ଓଡ଼ିଶା ଡ଼ଟ୍ କମ୍ : ଅମରନାଥ ପରିଡ଼ା

ଜଗତସିଂହପୁର, ଫେବୃୟାରୀ ୨୯(ଓଡ଼ିଶା ଡ଼ଟ୍ କମ୍) ଜଗତସିଂହପୁର ଜିଲ୍ଲାରେ ପୋସ୍କୋର ପ୍ରସ୍ତାବିତ ଅଂଚଳକୁ ଯାଇଥିବା ଚାରିଜଣ କର୍ମଚାରୀଙ୍କୁ ପ୍ରକଳ୍ପ ବିରୋଧୀମାନେ ଦୀର୍ଘ ସମୟ ଧରି ଅଟକ ରଖିବା ପରେ ବୁଧବାର ମୁକ୍ତ କରିଛନ୍ତି ।

ମଙ୍ଗଳବାର ବିଳମ୍ବିତ ରାତିରେ ଚାରି ଜଣ ଲୋକ ଏକ ଗାଡ଼ିରେ ବିଭିନ୍ନ ସାମଗ୍ରୀ ଧରି ଢିଙ୍କିଆ ଯାଇଥିବା ବେଳେ ପ୍ରକଳ୍ପ ବିରୋଧୀମାନେ ସେମାନଙ୍କୁ ପୋସ୍କୋ କର୍ମଚାରୀ ସନ୍ଦେହ କରି ଅଟକ ରଖିଥିଲେ ।

ପୋସ୍କୋ ପକ୍ଷରୁ ହେବାକୁ ଥିବା ସେମିନାର ପାଇଁ ମଂଚ ପ୍ରସ୍ତୁତ କାମ ନିମନ୍ତେ ଭୁବନେଶ୍ୱର ଏହି
ଲୋକମାନେ ଏକ ଗାଡ଼ିରେ ସେଠାରେ ପହଂଚିଥିଲେ । ପରେ ସେମାନେ ପୋସ୍କୋ କାର୍ଯ୍ୟାଳୟକୁ ରାସ୍ତା ପଚାରିବାରୁ ସ୍ଥାନୀୟ ଲୋକଙ୍କ ମନରେ ସନ୍ଦେହ ଉପୁଜିଥିଲା ।

ପରେ ଲୋକମାନେ ସେଠାରେ ପହଂଚି ଗାଡ଼ି ଏବଂ ସଂପୃକ୍ତ ଲୋକଙ୍କୁ ଫୁଲଖାଇ ମନ୍ଦିରରେ ଅଟକ
ରଖିଥିଲେ । ତେବେ କେତେକ ଲୋକ ସେମାନଙ୍କ ଆସିବାର କାରଣ ସଂପର୍କରେ ପଚାରିବା ସହ ପରିଚୟ
ମାଗିଥିଲେ ।

ସେମାନେ ଭୂଲ ବଶତଃ ଏହି ଅଂଚଳକୁ ଆସିଥିବା କହିବା ପରେ ବିରୋଧୀମାନେ ଆଜି ଅଟକ ଚାରି ଜଣଙ୍କୁ ମୁକ୍ତ କରିଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

Exit mobile version