Site icon Odisha.com

ମାଓବାଦୀଙ୍କ ଆତ୍ମସମର୍ପଣ ପ୍ୟାକେଜ ବୃଦ୍ଧି

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ମାର୍ଚ୍ଚ ୧(ଓଡ଼ିଶା ଡ଼ଟ୍ କମ୍) ବିଭିନ୍ନ ସମୟରେ ଆତ୍ମସମର୍ପଣ କରୁଥିବା ମାଓବାଦୀଙ୍କ ଥଇଥାନ ପାଇଁ ରାଜ୍ୟ ସରକାର ଅର୍ଥରାଶି ବୃଦ୍ଧି କରିଛନ୍ତି ।

ଏନେଇ ଗୃହ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଥିବା ବେଳେ ଏଣିକି ସେମାନଙ୍କୁ ଜମି ବଦଳରେ ଅର୍ଥରାଶି ଦେବାକୁ ନିଷ୍ପତି ନିଆଯାଇଛି । ପୂର୍ବରୁ ସେମାନଙ୍କୁ ଚାରି ଡ଼ିସିମିଲ ଜମି ଦିଆଯାଉଥିଲା ।

ହାର୍ଡ଼କୋର ମାଓବାଦୀଙ୍କୁ ଅଢେଇ ଲକ୍ଷ ଟଙ୍କା ପ୍ରଦାନ କରାଯିବ ଓ ସେମାନଙ୍କୁ ତୁରନ୍ତ ଏକ ଲକ୍ଷ ଟଙ୍କା ଦିଆଯିବା ସହ ବଳକା ଟଙ୍କା ବ୍ୟାଙ୍କରେ ଜମା କରାଯିବ ।

ସେହିପରି ସାଧାରଣ ମାଓବାଦୀ ମାନଙ୍କୁ ଏକ ଲକ୍ଷ ଟଙ୍କା ଦିଆଯିବାକୁ ଥିବା ବେଳେ ଆତ୍ମସମର୍ପଣ ପରେ ତୁରନ୍ତ ଦଶ ହଜାର ଟଙ୍କା ଦେବାକୁ ନିଷ୍ପତି ନିଆଯାଇଛି ।

ଅସ୍ତ୍ରଶସ୍ତ୍ର ସହ ଆତ୍ମସମର୍ପଣ କଲେ ଅଧିକ ୨୫ ହଜାର ଟଙ୍କା ଦିଆଯିବ ଏବଂ ବାହା ହୋଇନଥିବା ମାଓବାଦୀଙ୍କୁ ବାହା ହେବା ପାଇଁ ୨୫ ହଜାର ଟଙ୍କା ଦିଆଯିବ ।

ସେହିପରି ସେମାନଙ୍କ ଉଚ୍ଚ ଶିକ୍ଷା ପାଇଁ ତିନି ହଜାର ଟଙ୍କା ପ୍ରଦାନ କରାଯିବ ବୋଲି ଗୃହ ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

Exit mobile version