Site icon Odisha.com

୧୦୬୫ କେନ୍ଦ୍ରରେ ଯୁକ୍ତ ଦୁଇ ପରୀକ୍ଷା

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ମାର୍ଚ୍ଚ ୨(ଓଡ଼ିଶା ଡ଼ଟ୍ କମ୍) ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରାପରିଚାଳିତ ଚଳିତ ବର୍ଷର ଯୁକ୍ତ ଦୁଇ କଳା, ବିଜ୍ଞାନ ଓ ବାଣିଜ୍ୟ ପରୀକ୍ଷା ଶୁକ୍ରବାର ୧୦୬୫ଟି କେନ୍ଦ୍ରରେ ଆରମ୍ଭ ହୋଇଛି ।

ଏଥିପାଇଁ ରାଜ୍ୟର ମୋଟ୍ ୨ ଲକ୍ଷ ୭୯ ହଜାର ଛାତ୍ରଛାତ୍ରୀ ପରୀକ୍ଷା ଦେଉଥିବା ବେଳେ ସେମାନଙ୍କ ମଧ୍ୟରୁ କଳାରେ ୧ଲକ୍ଷ ୭୫ ହଜାର ୨୯୭ ଜଣ, ବିଜ୍ଞାନରେ ୭୦ ହଜାର ୨୭ ଜଣ ଏବଂ ବାଣିଜ୍ୟରେ ୨୫ ହଜାର ୩୨୯ ଜଣ ଛାତ୍ରଛାତ୍ରୀ ଅଛନ୍ତି ।

ସେହିପରି ଧନ୍ଦାମୂଳକ ଶିକ୍ଷାରେ ୮, ୩୮୦ ଜଣ ଏବଂ ପତ୍ର ବିନିମୟରେ ୧୦୨୩ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଉଛନ୍ତି । ଚଳିତ ବର୍ଷ ପ୍ରଥମ ଥର ପାଇଁ ରୋଲିଂ ପେପରରେ ପରୀକ୍ଷା କରାଯାଉଛି ।

ପରୀକ୍ଷାକୁ ସୁଚାରୁରୂପେ ପରିଚାନା ପାଇଁ ଚାରୋଟି ସ୍କାର୍ଡ଼ ଗଠନ କରାଯାଇଛି ।ଦୁଇଟି ସିଟିଂରେ ଆସନ୍ତା ୨୭ ତାରିଖ ପର୍ଯ୍ୟନ୍ତ ପରୀକ୍ଷା ଚାଲିବ ।

ଓଡ଼ିଶା ଡ଼ଟ୍ କମ୍

Exit mobile version