Site icon Odisha.com

ଅଗ୍ନିକାଣ୍ଡରେ ଲକ୍ଷାଧିକ ମୂଲ୍ୟର ସଂପତି ନଷ୍ଟ

ଓଡ଼ିଶା ଡ଼ଟ୍ କମ୍ : ସ୍ନିଗ୍ଧା ରାୟ

ଭଦ୍ରକ, ମାର୍ଚ୍ଚ ୧(ଓଡ଼ିଶା ଡ଼ଟ୍ କମ୍) ଭଦ୍ରକ ପୁରୁଣା ବଜାର ଅଧିନସ୍ଥ ଚନ୍ଦନବଜାର ଠାରେ ଗୁରୁବାର ଏକ ବ୍ୟବସାୟୀକ ପ୍ରତିଷ୍ଠାନରେ ଅଗ୍ନିକାଣ୍ଡ ଘଟି ଲକ୍ଷାଧିକ ଟଙ୍କାର ସଂପତି ପୋଡ଼ି ପାଉଶ ହୋଇଯାଇଛି ।

ଅଂଚଳର ରାବିୟା ସୁଲତାନା ନାମ୍ନୀ ଜନୈକା ମହିଳାଙ୍କର ପ୍ରତିଷ୍ଠିତ ଟେଣ୍ଟରେ କେହିନଥିବା ବେଳେ ଅଗ୍ନିକାଣ୍ଡ ଘଟିଥିଲା । ବିଦ୍ୟୁତ ସର୍ଟସର୍କିଟ ଯୋଗୁଁ ଅଗ୍ନିକାଣ୍ଡ ହୋଇଥିବା ସନ୍ଦେହ କରାଯାଉଛି ।

ଟେଣ୍ଟ ହାଉସଟି ବନ୍ଦ ଥିବା ସମୟରେ ନିଆଁ ଲାଗିଥିବାରୁ ସେଠାରେ ଥିବା ପ୍ରାୟ ୫ଲକ୍ଷରୁ ଉର୍ଦ୍ଧ୍ଵ ମୂଲ୍ୟର ସାମଗ୍ରୀ ପୋଡ଼ି ଯାଇଛି । ପାଖରେ ଥିବା ଅନ୍ୟ ଚାରୋଟି ଦୋକାନରେ ମଧ୍ୟ ନିଅାଁ ଲାଗିଯାଇ ନଷ୍ଟ ହୋଇଯାଇଛି । ଖବର ପାଇ ଅଗ୍ନିଶମ ବାହିନୀର ଦୁଇଟି ଦମକଳ ଆସି ନିଆଁ ଲିଭାଇଥିଲା ।

ଓଡ଼ିଶା ଡ଼ଟ୍ କମ୍

Exit mobile version