Site icon Odisha.com

ତିନି ମେଡିକାଲ କଲେଜରେ ନୂତନ ଅଧ୍ୟକ୍ଷ ଓ ଅଧିକ୍ଷକ

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ମାର୍ଚ୍ଚ ୧(ଓଡ଼ିଶା ଡ଼ଟ୍ କମ୍) ରାଜ୍ୟର ତିନୋଟି ସରକାରୀ ମେଡ଼ିକାଲ କଲେଜ ଓ ହସ୍ ପିଟାଲରେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ନୂତନ ଅଧ୍ୟକ୍ଷ ଏବଂ ଅଧିକ୍ଷକଙ୍କୁ ସ୍ଥାୟୀ ଭାବେ ନିଯୁକ୍ତ କରାଯାଇଛି ।

ବିଭାଗ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତି ଅନୁସାରେ କଟକ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡ଼ିକାଲ କଲେଜ ହସ୍ ପିଟାଲର ବାୟୋକେମିଷ୍ଟ୍ରି ବିଭାଗ ମୁଖ୍ୟ ପ୍ରଫେସର ପ୍ରକାଶ ଚନ୍ଦ୍ର ମହାପାତ୍ରଙ୍କୁ ଏହି ହସ୍ପିଟାଲର ଡିନ୍ ତଥା ଅଧ୍ୟକ୍ଷ ଭାବେ ନିଯୁକ୍ତି ପ୍ରଦାନ କରାଯାଇଛି ।

ସେହିପରି ବୀର ସୁରେନ୍ଦ୍ର ସାଏ ମେଡ଼ିକାଲ କଲେଜ ହସ୍ପିଟାଲର ସ୍ତ୍ରୀ ଓ ପ୍ରସୂତି ବିଭାଗ ମୁଖ୍ୟ ପ୍ରଫେସର ସନ୍ତୋଷ କୁମାର ବେହେରାଙ୍କୁ ଏହାର ଡିନ୍ ତଥା ଅଧ୍ୟକ୍ଷ ଏବଂ ଏସ୍ସିବିର ସ୍ତ୍ରୀ ଓ ପ୍ରସୂତି ବିଭାଗ ମୁଖ୍ୟ ପ୍ରଫେସର ଅଶୋକ କୁମାର ବେହେରାଙ୍କୁ ବ୍ରହ୍ମପୁର ସ୍ଥିତ ଏମ୍କେସିଜି ମେଡ଼ିକାଲ କଲେଜ ହସ୍ପିଟାଲ ଅଧୀକ୍ଷକ ଭାବେ ନିଯୁକ୍ତି ନିଆଯାଇଛି ।

ଭିଏସ୍ଏସ୍ର ମେଡିସିନ୍ ପ୍ରଫେସର ଲକ୍ଷ୍ମୀକାନ୍ତ ଦାସଙ୍କୁ ଭିଏସ୍ଏସ୍ର ଅଧୀକ୍ଷକ ଭାବେ ନିଯୁକ୍ତି ପ୍ରଦାନ କରାଯାଇଛି ।

ସେହିପରି ୭ଜଣ ଆସୋସିଏଟ ପ୍ରଫେସରଙ୍କୁ ପ୍ରଫେସର ଏବଂ ୩୦ ଜଣ ସହକାରୀ ପ୍ରଫେସରଙ୍କୁ
ଆସୋସିଏଟ ପ୍ରଫେସର ପଦବିକୁ ପଦୋନ୍ନତି ଦିଆଯାଇ ବିଭିନ୍ନ ମେଡିକାଲ କଲେଜ ଓ ହସପିଟାଲରେ ଅବସ୍ଥାପିତ କରାଯାଇଛି ।

ଏସ୍ସିବି ମେଡିକାଲ କଲେଜ ଓ ହସପିଟାଲର ୪ଜଣ, ଭିଏସ୍ଏସ୍ ମେଡିକାଲ କଲେଜ ଓ ହସ୍ପିଟାଲର
ଦୁଇ ଜଣ ଏବଂ ଏମ୍କେସିଜି ମେଡିକାଲ କଲେଜ ଓ ହସ୍ପିଟାଲର ଜଣେ ଆସୋସିଏଟ ପ୍ରଫେସରଙ୍କୁ
ପ୍ରଫେସର ପଦବିକୁ ପଦୋନ୍ନତି ଦିଆଯାଇଛି ।

ଓଡ଼ିଶା ଡ଼ଟ୍ କମ୍

Exit mobile version