Site icon Odisha.com

ବିରୋଧ ଯୋଗୁଁ ପାରାଦ୍ବୀପରେ ପୋସ୍କୋ ଆଲୋଚନାଚକ୍ର

ଓଡ଼ିଶା ଡ଼ଟ୍ କମ୍ : ଅମରନାଥ ପରିଡ଼ା

ପାରାଦ୍ବୀପ, ମାର୍ଚ୍ଚ ୧(ଓଡ଼ିଶା ଡ଼ଟ୍ କମ୍) ସ୍ଥାନୀୟ ଲୋକଙ୍କ ବିରୋଧ ଯୋଗୁଁ ନୂଆଗାଁରେ ହେବାକୁ ଥିବା ପୋସ୍କୋର ଆଲୋଚନାଚକ୍ର ପାରାଦ୍ବୀପରେ ଅନୁଷ୍ଠିତ ହୋଇଛି ।

ଲୋକଙ୍କ ସମସ୍ୟା ତଥା ବିଭିନ୍ନ ଦାବି ପୂରଣ ନକରି କମ୍ପାନୀ ଏଠାରେ କୌଣସି ଆଲୋଚନାଚକ୍ରର ଆୟୋଜନ କରିପାରିବ ନାହିଁ ବୋଲି ନୂଆଗାଁ ଅଞ୍ଚଳର ଲୋକମାନେ ଗୁରୁବାର ବିକ୍ଷୋଭ କରିବା ସହ ଧାରଣା ଦେଇଥିଲେ ।

ପୂର୍ବ ନିର୍ଦ୍ଧାରିତ ଅଫିସ୍ ପରିସରରେ ଟେଣ୍ଟ ବନ୍ଧାଯାଇଥିବା ବେଳେ ବୁଧବାର ରାତିରେ ପୋଲିସ ତାକୁ ଭାଙ୍ଗିଦେଇଥିଲା । ପୋସ୍କୋ ଅଧିକାରୀଙ୍କୁ ପ୍ରଶାସନର ବିନା ଅନୁମତିରେ ପ୍ରସ୍ଥାବିତ ଅଞ୍ଚଳକୁ ନଯିବା ପାଇଁ ମନା କରିଥିଲେ ମଧ୍ୟ ଦକ୍ଷିଣକୋରିଆର ଅଧିକାରୀମାନେ ସେହିସ୍ଥାନକୁ ଯାଇଥିବାରୁ ଉତ୍ତେଜନା ପ୍ରକାଶ ପାଇଥିଲା ।

ତେବେ ସ୍ଥାନୀୟ ଲୋକ ଏହି କାର୍ଯ୍ୟକ୍ରମକୁ ବିରୋଧ କରୁଥିବା ଜାଣିବା ପରେ ପୋଲିସ ପୋସ୍କୋ ନିର୍ଦ୍ଦେଶକ ଓ ଦକ୍ଷିଣକୋରିଆ ଅନ୍ୟ ଅଧିକାରୀମାନଙ୍କୁ ସର୍କିଟ ହାଉସକୁ ନେଇଯାଇଥିଲା ।

ପାରାଦ୍ବୀପର ଷଣ୍ଢକୁଦ ଠାରେ ପୋସ୍କୋର ଏଚ୍ଆର୍ଡି କେନ୍ଦ୍ରରେ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା । ପୋସ୍କୋ ଇଣ୍ଡିଆର ସିଏମ୍ଡି ୟଙ୍ଗ୍- ୱାନ୍-ୟୁନଙ୍କ ଅଧ୍ୟକ୍ଷତାରେ କୋରିଆର ସାମ୍ବାଦିକ ତଥା ଅନ୍ୟ ଅଧିକାରୀମାନେ ଏଥିରେ ଉପସ୍ଥିତ ଥିଲେ ।

ଓଡ଼ିଶା ଡ଼ଟ୍ କମ୍

Exit mobile version