Site icon Odisha.com

ଭଦ୍ରକ: ଏଡ଼୍ସ ସଚେତନତା ପାଇଁ ପ୍ରଦର୍ଶନୀ କ୍ରିକେଟ

ଓଡ଼ିଶା ଡ଼ଟ୍ କମ୍ : ସ୍ନିଗ୍ଧା ରାୟ

ଭଦ୍ରକ, ମାର୍ଚ୍ଚ ୧(ଓଡ଼ିଶା ଡ଼ଟ୍ କମ୍) ଏଡ଼୍ସ ପରି ଏକ ଦୁରାରୋଗ୍ୟ ବ୍ୟାଧି ସଂପର୍କରେ ସଚେତନତା ସୃଷ୍ଟି କରିବା ଉଦେ୍ଧଶ୍ୟରେ ଗୁରୁବାର ଭଦ୍ରକ ମହାବିଦ୍ୟାଳୟ ପଡ଼ିଆରେ ଏକ ପ୍ରଦର୍ଶନୀ କ୍ରିକେଟ ମ୍ୟାଚ ଅନୁଷ୍ଠିତ ହୋଇଛି ।

ପ୍ରଶାସନ ଏକାଦଶ ଓ ଜିଲା ସ୍ୱାସ୍ଥ୍ୟ ବିଭାଗ ମଧ୍ୟରେ ପ୍ରଥମେ ଜିଲା ସ୍ୱାସ୍ଥ୍ୟ ବିଭାଗ ବ୍ୟାଟିଂ କରି ନିର୍ଦ୍ଧାରିତ ୧୫ ଓଭରରେ ସମସ୍ତ ୱିକେଟ ହରାଇ ୬୩ ରନ ସଂଗ୍ରହ କରିଥିଲା ।

ଦଳପକ୍ଷରୁ ଅମରଜିତ ରାୟ ୨୫ରନ କରିଥିଲେ । ପ୍ରତିପକ୍ଷ ବୋଲର ସୁରେଶ ଚନ୍ଦ୍ର ପାତ୍ର ୩ଟି ୱିକେଟ ନେଇଥିଲେ । ଏହାର ଜବାବ ରେ ପ୍ରଶାସନ ଏକାଶର ବିଶ୍ୱରଂଜନଙ୍କ ୨୨ରନ ବଳରେ ମାତ୍ର ୧୦ ଓଭରରେ ୩ ୱିକେଟ ହରାଇ ଆବଶ୍ୟକ କରୁଥିବା ରନ ସଂଗ୍ରହ କରି ବିଜୟୀ ହୋଇଥିଲେ ।

ଓଡ଼ିଶା ଡ଼ଟ୍ କମ୍

Exit mobile version