Site icon Odisha.com

୧୦ ବର୍ଷରେ ୧୦ ହଜାର ନିଯୁକ୍ତି: ଆଦର୍ଶ ଗ୍ରୁପ

ଓଡ଼ିଶା ଡ଼ଟ୍ କମ୍ : ସ୍ନିଗ୍ଧା ରାୟ

ଭଦ୍ରକ, ମାର୍ଚ୍ଚ ୧(ଓଡ଼ିଶା ଡ଼ଟ୍ କମ୍) ରାଜ୍ୟରେ ଆଗାମୀ ୧୦ବର୍ଷ ମଧ୍ୟରେ ୧୦ହଜାର କର୍ମ ନିଯୁକ୍ତି ସୃଷ୍ଟି କରାଯିବା ସହ ରାଜ୍ୟର ଅର୍ଥନୈତିକ ସାମାଜିକ ବିକାଶରେ ନିଜକୁ ସାମିଲ କରି କାର୍ଯ୍ୟ କରିବା ‘ଆଦର୍ଶ’ ଗ୍ରୁପର ଲକ୍ଷ୍ୟ ବୋଲି ଏହାର ମୁଖ୍ୟ ପରିଚାଳନା ନିଦେ୍ର୍ଧଶକ ଗୁରୁବାର ଭଦ୍ରକ ଠାରେ କହିଛନ୍ତି ।

ସିଏସଆର କାର୍ଯ୍ୟକ୍ରମ ଉପରେ କମ୍ପାନୀ ଗୁରୁତ୍ୱ ଦେଇଥାଏ । ଏହା ବ୍ୟତୀତ ବନ୍ୟା ବାତ୍ୟା ଭଳି ପ୍ରାକୃତିକ ବିପର୍ଯ୍ୟୟ ସମୟରେ ସାଧାରଣ ଲୋକଙ୍କ ସୁଖ ଦୁଃଖରେ ସାମିଲ ହୋଇ ଅତୀତରେ କମ୍ପାନୀ ବେଶ ପ୍ରଶଂସିତ ହୋଇଛି, ଗ୍ରୁପର ଶାଖା କାର୍ଯ୍ୟାଳୟ ଉଦ୍ଘାଟନ ଅବସରରେ ସେ କହିଛନ୍ତି ।

ଘରପୋଡ଼ି ଭଳି ଏକ ଦୁଃଖ ସମୟରେ କ୍ଷତିଗ୍ରସ୍ତ ପରିବାରଙ୍କୁ ସହାୟତା ଦେବାକୁ କମ୍ପାନୀ ନିଜର ମିଶନ ଭାବେ ଗ୍ରହଣ କରିଛି । ଟ୍ରେଡ଼ିଂ, ସମବାୟ, ସଫ୍ଟୱେୟାର, ଶିକ୍ଷା, ମିଡ଼ିଆ କ୍ଷେତ୍ରରେ କମ୍ପାନୀ କାର୍ଯ୍ୟ କରିଆସୁଛି ।

ଭଦ୍ରକରେ ଏହି ଶାଖା ଖୋଲିବା ଦ୍ୱାରାଏହି ଅଞ୍ଚଳରେ ଗ୍ରାହକ ମାନଙ୍କୁ ସେବା ଯୋଗାଇଦେବା ସହଜ ହେବ ବୋଲି ପରିଚାଳନା ନିଦେ୍ର୍ଧଶକ ବିଜୟ କୁମାର ରାଉତ କହିଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

Exit mobile version