Site icon Odisha.com

ମଇ ସୁଦ୍ଧା ଆଇଏପି ଅର୍ଥ ଖର୍ଚ୍ଚ କରିବାକୁ ନିର୍ଦ୍ଦେଶ

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ମାର୍ଚ୍ଚ ୩(ଓଡ଼ିଶା ଡ଼ଟ୍ କମ୍) ରାଜ୍ୟରେ ମାଓବାଦୀ ପ୍ରବଣ ଜିଲ୍ଲା ଗୁଡ଼ିକରେ କାର୍ଯ୍ୟକାରୀ ହେଉଥିବା ସମନ୍ୱିତ କାର୍ଯ୍ୟ ଉନ୍ନୟନ ଯୋଜନା(ଆଇଏପି) ଅର୍ଥ ଆସନ୍ତା ମଇ ମାସ ସୁଦ୍ଧା ଖର୍ଚ୍ଚ କରିବାକୁ କେନ୍ଦ୍ର ସରକାର ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

୨୦୧୨ ଜାନୁୟାରୀ ସୁଦ୍ଧା ୭୨ ପ୍ରତିଶତ ଅର୍ଥ ଖର୍ଚ୍ଚ ହୋଇଥିବା ବେଳେ ଅବଶିଷ୍ଟ ୨୮ ପ୍ରତିଶତ ଅର୍ଥ ଖର୍ଚ୍ଚ କରିବା ସହିତ ଏହାର ବିନିଯୋଗ ପ୍ରମାଣପତ୍ର ପଠାଇବାକୁ କୁହାଯାଇଛି ।

ଏସଂପର୍କରେ କେନ୍ଦ୍ର ଗୃହ ମନ୍ତ୍ରୀ ପି.ଚିାମ୍ବରମ୍ ଶୁକ୍ରବାର ଭିଡ଼ିଓ କନଫରେନ୍ସିଂ ମାଧ୍ୟମରେ ମୁଖ୍ୟ ଶାସନ ସଚିବଙ୍କ ସହ ଆଲୋଚନା କରିଛନ୍ତି ।

ବର୍ତମାନ ୧୫ଟି ଜିଲ୍ଲାରେ ଏହି ଯୋଜନା କାର୍ଯ୍ୟକାରୀ ହେଉଛି ଏବଂ ୨୦୧୨-୧୩ ଆର୍ଥିକ ବର୍ଷରେ ଏହା ଅବ୍ୟାହତ ରହିବ ବୋଲି ଏହି ଆଲୋଚନା ପରେ ମୁଖ୍ୟ ଶାସନ ସଚିବ ଗଣମାଧ୍ୟମକୁ କହିଛନ୍ତି ।

ଏହି ଯୋଜନା କାର୍ଯ୍ୟକାରୀ କରାଯାଉଥିବା ୧୫ଟି ଜିଲ୍ଲା ବ୍ୟତୀତ ଯାଜପୁର, ନୟାଗଡ଼ ଓ ଗଞ୍ଜାମ ଜିଲ୍ଲାକୁ ଏଥିରେ ସାମିଲ କରିବା ପାଇଁ ସରକାର ଦାବି ଉପସ୍ଥାପନ କରିଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

Exit mobile version